ପିଡିଏସ୍ ବଣ୍ଟନ ମାମଲାରେ ଘୋଟାଲା ଅଭିଯୋଗ


ାା ପ୍ରଭାନୁ୍ୟଜ୍ାା ବୈଶିଙ୍ଗା : ମୟୁରଭଞ୍ଜ ଜିଲା ବେତନଟୀ ବ୍ଲକ ଏବେ ଦୁର୍ନୀତିର  ଗନ୍ତାଘର ପାଲଟିଛି । ବ୍ଲକରେ ଯୋଗାଣ ବିଭାଗ ଦ୍ୱାରା ଚାଲିଛି ଚାଉଳ ଯୋଗାଣ କେବେ ବିଦ୍ୟାଳୟକୁ ଯୋଗାଣ ହେଉଥିବା ରନ୍ଧା ଖାଦ୍ୟ ପାଇଁ ଚାଉଳ କମ ହେଉଛି ତ କେବେ ବିପିଲ ହିତାଧିକାରୀଙ୍କୁ ଚାଉଳ ବଣ୍ଟନରେ ଓଜନରେ କମ ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି । ଏଭଳି  ଏକ ଘଟଣା ଦେଖିବାକୁ ମିଳିଛି ବେତନଟୀ ବ୍ଲକ ଅଧୀନସ୍ଥ ନଡ଼ପୁର ଗ୍ରାମ ପଞ୍ଚାୟତ କାର୍ଯାଳୟରେ । ହିତାଧିକାରୀଙ୍କୁ ବଣ୍ଟନ କରାଯାଉ ଥିବା ଚାଉଳ ଓଜନରେ କୁ୍ଣ୍ଟାଲ ପ୍ରତି ୮/୧୦ କିଗ୍ରା କମ୍ ହେଉଥିବାରୁ ହିତାଧିକାରୀ ତାର ପ୍ରତିବାଦରେ ଚାଉଳ ଗୋଦାମକୁ ଚାବି ପକାଇଦେଇଥିଲେ । ଘଣ୍ଟା ଧରି ହୋ ହୋଲା ହେଉଥିବା ସ୍ଥଳେ କୋଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ନପହଞ୍ଚିବାରୁ ହିତାଧିକାରୀଙ୍କ ମଧ୍ୟରେ ଉତେଜନା ବୃଦ୍ଧି ପାଇଥିଲା ।  ଘଟଣା ସ୍ଥଳରେ ବେତନଟୀ ବ୍ଲକ ପ୍ରଶାସନ ଓ ବୈଶିଙ୍ଗା ପୋଲିସ ପହଞ୍ଚି ଦୀର୍ଘ ଦୁଇ ଘଣ୍ଟା ଧରି ସମାଧାନ ପାଇଁ ଉତ୍ତେଜିତ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଉତ୍ତେଜିତ ଜନସାଧାରଣ ଗରିବ ଲୋକଙ୍କୁ ମିଳୁଥିବା ପିଡ଼ିଏସ ଚାଉଳ ହରିଲୁଟ କରୁଥିବା କର୍ମଚାରୀଙ୍କୁ ଦଣ୍ଡ ଦେବା ଜିଦରେ ଅଟଳ ରହିଥିଲେ । ଏଭଳି ଚାଉଳ କମ ଓଜନ କେବେଠାରୁ ଚାଲିଛି, ତାହାର ସଠିକ ତଦନ୍ତ କରାଯିବା ସହିତ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଲୋକ ଲୋଚନକୁ ଆଣିବା ଉପରେ ଉତ୍ୟକ୍ତ ହିତାଧିକାରୀ ମାନେ ଗୁରୁତ୍ୱ ପ୍ରଦାନ କରିଥିଲେ । ବିଡିଓ ଅନୁପସ୍ଥିତ ଥିବାରୁ ଏବିଡିଓ ଗଗନ ବେହେରା, ବୈଶିଙ୍ଗା ଥାନାଧିକାରୀ ତପନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ହିତାଧିକାରୀଙ୍କୁ ବୁଝାସୁଝା କରିବା ସହ ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବାର ପ୍ରତିଶୃତି ପ୍ରଦାନ କରିଥିଲେ । ଚାଉଳ ଓଜନ ହେଉଥିବା କମ୍ପୁଟର କଣ୍ଟା ଓ  ଚାଉଳ ଗୋଦାମକୁ ବ୍ଲକ  ପ୍ରଶାସନ ସିଲ୍ କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏଭଳି ଘଟଣା ବିଭିନ୍ନ ପଞ୍ଚାୟତରେ ଘଟୁଥିଲେ ମଧ୍ୟ ଯୋଗାଣ ଅଧିକାରୀ ଚାଉଳ ବଣ୍ଟନ କେନ୍ଦ୍ର ଗୁଡିକର ତଦନ୍ତ କରୁନଥିବାରୁ ବଣ୍ଟନ ସଂସ୍ଥା ଏହାର ଫାଇଦା ନେଇ ମାଲେ ମାଲ ହେବାର ସୁଯୋଗ ପାଉଛନ୍ତି ବୋଲି ନଡ଼ପୁର ଗ୍ରାମର ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି । ବିଧାୟକ ଏଥିରେ ମୁଣ୍ଡ ଖେଳାନ୍ତି ନାହିଁ କି ଗରିବ ହିତାଧିକାରୀଙ୍କ ସୁବିଧା ଅସୁବିଧା ବୁଝନ୍ତି ନାହିଁ ବୋଲି ମତ ପ୍ରକାଶ ପାଇଛି । ପୂର୍ବ ସରକାରଙ୍କ ଠାରୁ ବର୍ତମାନ ସରକାରରେ କୌଣସି ପରିବର୍ତ୍ତନ ନଥିବାରୁ କର୍ମଚାରୀଙ୍କ ମଧ୍ୟରେ ଭୟ ନଥିବାରୁ ଦୁର୍ନୀତି କମିବା ପରିବର୍ତ୍ତେ ବଢ଼ି ଚାଲିଛି ବୋଲି ଆଲୋଚିତ ହେଉଛି । ଜିଲାପାଳ ନିଜେ ଏହାର ତଦନ୍ତ କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଛି । ତଦନ୍ତ କେଉଁ ଆଡକୁ ଗତି କରିବ ଏହା ଦେଖିବାକୁ ବାକି ରହିଲା ବୋଲି ଲୋକ ମାନଙ୍କ ମଧ୍ୟରେ ଆଲୋଚନା ହେଉଥିବା ଜଣାଯାଇଛି ।