ଜାତି ଓ ରାଜନୀତିରୁ ଊଦ୍ଧ୍ୱର୍ରେ ରହି ହିନ୍ଦୁମାନେ ଏକାଠି ହେବା ଆବଶ୍ୟକ

 ବ୍ୟାସନଗର : ଭାରତ ବର୍ଷ ରେ ସଂଖ୍ୟାଧିକ ହିନ୍ଦୁ ସନାତନ ଧର୍ମର ଲୋକମାନେ ବସବାସ କରୁଥିବା ବେଳେ, ଦେଶର ପ୍ରତ୍ୟେକ କୋଣେ ଅନୁକୋଣେ ହିନ୍ଦୁ ସମାଜ ପ୍ରତି ପ୍ରତି କ୍ଷଣରେ ବିପଦ ମାଡି ଆସୁଛି । ସବୁଠି ଆକ୍ରମଣ ହେଉଛି ଜାତି ଧର୍ମ ପଚାରି ବିଧର୍ମୀ ମାନେ ହତ୍ୟା କରୁଛନ୍ତି । ଏପରି ଘଡି ସନ୍ଧି ମୁହୂର୍ତରେ ସନାତନୀ ହିନ୍ଦୁ ମାନଙ୍କର ନିଦ ଭାଙ୍ଗୁନାହିଁ । ଅନ୍ୟ ଧର୍ମର ଲୋକଙ୍କ ମଧ୍ୟରେ ଏକତାଅଛି । ହିନ୍ଦୁଙ୍କୁ ଭାଗ ଭାଗ କରୁଛି ଜାତିପ୍ରଥା । ଆଉ ବାକି ରାଜନେତା ମାନେ ବିଭିନ୍ନ ରାଜନୈତିକ ଦଳ ଭାବେ ଭାଗ ଭାଗ ହୋଇ ଅଲଗା ହୋଇ ରହୁଛନ୍ତି । ଯାହାର ଫାଇଦା ନେଇ ଗାଁ ଗାଁବସ୍ତି ବସ୍ତିରେ ବିଧର୍ମୀ ମାନେ ଆମ ଭାଇ ମାନଙ୍କର ଧର୍ମ ପରିବର୍ତନ କରୁଛନ୍ତି । ଏସବୁ ସମ୍ବେଦନଶୀଳ ଚିନ୍ତାଜନକ ବିଷୟକୁ ନେଇ ଜିଲ୍ଲା ବଜରଙ୍ଗ ଦଳ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଚଳିତ ବର୍ଷ ସେବା ସପ୍ତାହ ପୂର୍ତୀ ଅବସରରେ ବ୍ୟାସନଗର ସ୍ଥିତ ମୁଣ୍ଡମାଳ ଶିଶୁ ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମା ଭାରତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପରେ ଏକାତ୍ମସତ୍ର, ବିଜୟ ମହାମନ୍ତ୍ର, ସାମୁହିକ ହନୁମାନ ଚାଳିଶା ପାଠ, ପଣ୍ଡିତ ଆଚାର୍ଯ୍ୟ ଆକାଶ ଶର୍ମା ଓ ହିମାଂଶୁ ଶର୍ମା ମାର୍ଗ ଦର୍ଶନ ଦେଇଥିଲେ । ବୈଠକରେ ୩ଶହରୁ ଉର୍ଦ୍ଧ ବଜରଙ୍ଗୀ ଭାଇ, ମାତୃମଣ୍ଡଳୀ ମୁଖ୍ୟ ଅତିଥି ଅଭିମନୁ୍ୟ ମିଶ୍ର.ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ପ୍ରଚାର ପ୍ରସାର ପ୍ରମୁଖ ଶ୍ରୀକାନ୍ତ ମହାପାତ୍ର.  ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର. ଜିଲ୍ଲା ସହ ସଂଯୋଜକ ସାରଦା ପ୍ରସନ୍ନ ବଳ. ଜିଲ୍ଲା ସୁରକ୍ଷା ପ୍ରମୁଖ ସନ୍ତୋଷ ପତି. ଜିଲ୍ଲା ଗୋରକ୍ଷା ପ୍ରମୁଖ ସନ୍ତୋଷ ସାହୁ. ବରିଷ୍ଠ କାର୍ଯକର୍ତା ନିତ୍ୟାନନ୍ଦ ମହାଳିକ, ପୂର୍ବତନ ଜିଲ୍ଲା ସଂଯୋଜକ ପ୍ରତାପ ନାୟକ, ପ୍ରଶାନ୍ତ କୁମାର ପାତ୍ର, ମାନସ ବାରିକ, ବିଂଝାରପୁର ସଂଯୋଜକ ସୁବୋଧ ଧଳ, ନଗର ସଂଯୋଜକ ଗୋପାଳ ଦୀକ୍ଷିତ, କୋରେଇ ସଂଯୋଜକ ମଧୁସୂଦନ ସାମଲ. ବ୍ୟାସନଗର ସଂଯୋଜକ ଶାନ୍ତନୁ ସାହୁ. ଦାନଗଦୀ ସହ ସଂଯୋଜକ ସଦାନନ୍ଦ ଦାସ, ସୁକିନ୍ଦା ପ୍ରଖଣ୍ଡ ସହ ସଂଯୋଜକ ପ୍ରଶାନ୍ତ ରଣା. ରସଲପୁର ପ୍ରଖଣ୍ଡ ସୁରକ୍ଷା ପ୍ରମୁଖ ବିଶ୍ୱନାଥ ମଲିକ. ବଡ଼ଚଣା ପ୍ରଖଣ୍ଡ ସଂଯୋଜକ ଅନନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।