ଯୁଗ୍ମ ଜନ ଅଭିଯୋଗ ଶୁଣାଣି 

ରାୟଗଡା :  ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ରାୟଗଡ ଜିଲ୍ଲା ସଦର ମହକୁମା ସ୍ଥିତ  ଜିଲ୍ଲାପରିଷଦ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପାରୁଲ ପାଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ୍ କୁମାର, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ, ଚନ୍ଦ୍ରକାନ୍ତ ମାଝୀ, ଗ୍ରାମୀୟ ଜଳାଯୋଗାଣ ସଂସ୍ଥାର ନିର୍ବାହୀ ଯନ୍ତ୍ରୀ ଇଂ ଗୋପାଳ ନାୟକ, ବିଡିଓ ରାୟଗଡ, ସୁଜିତ କୁମାରୀ ମିଶ୍ର  ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ । ଆଜି ମୋଟ ୭୬ଟି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ୬୫ଟି ବ୍ୟକ୍ତିଗତ ଏବଂ ୧୧ଗୋଟି ଗ୍ରାମବାସୀମାନଙ୍କର ସାମୂହିକ ଅଭିଯୋଗ ରହିଥିଲା । ଜିଲ୍ଲାପାଳ ୧୦ଜଣକୁ ଚିକିତ୍ସା ସେବା ପାଇଁ ୮୨ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ପ୍ରଦାନ କରିଥିଲେ । ଏହି ଅଭିଯୋଗ ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ବସନ୍ତ ନାୟକ, ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀରାମ ନାହାକ, ତହସିଲଦାର ରାୟଗଡ ପ୍ରୟଦର୍ଶନୀ ସ୍ୱାଇଁ, ଜିଲ୍ଲା ମଙ୍ଗଳ ଅଧିକାରୀ, ମଳୟ ଚିନାରୀ, ଉଦ୍ୟାନ କୃଷି ଉପନିଦେ୍ର୍ଦଶକ ଦୟାନିଧି ରାଉତ,  ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି,  ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଗୋପାଳ ନାୟକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ମିନତୀ ଦେଓ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଚିନ୍ମୟ ମହାନନ୍ଦ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାୟଗଡ ପୁଷ୍ପାଞ୍ଜଳି ଦୀକ୍ଷିତ, ସହକାରୀ ଜିଲ୍ଲାପାଳ ସସ୍ମିତା ପଟ୍ଟନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ଶିବଶଙ୍କର ଚୌଧୁରୀ, ଜିଲ୍ଲକ୍ଷକ୍ରୀଡା ଅଧିକାରୀ, ଶେଖ ଅଲେନୁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସୁଶ୍ରୀ ବିଚିତ୍ରା ସେଠୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ଦେବରାଜ ନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନରଞ୍ଜନ ସେଠୀ, ଜିଲ୍ଲା ପଂଚାୟତ ଅଧିକାରୀ ସୂର୍ଯ୍ୟନାରାୟଣ ମହାରଣା, ପୌରନିର୍ବାହୀ ଅଧିକାରୀ, ରାୟଗଡ କୁଲଦୀପ କୁମାର ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ  ଅଧିକାରୀମାନେ ଉପସ୍ଥିତ ରହି  ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ ।