କୃଷକ ସଂଘର୍ଷ ସଂଘ ପକ୍ଷରୁ ଦାବିପତ୍ର

ଦେବଗଡ: ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ହାଇଟେକ୍ ସର୍ଭେ ବାତିଲ ତଥା ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ସଂଘର ସଭାପତି ସେମ ହେମ୍ରମଙ୍କ ସମେତ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ । ସଂଘ ପକ୍ଷରୁ ହାଇଟେକ ସର୍ଭେ ବାତିଲ, ଭୂମିହୀନକୁ ଘର ଡିହ ପ୍ରଦାନ, ଦୀର୍ଘ ଦିନରୁ ସରକାରୀ ଜମି ଦଖଲରେ ରଖି ଚାଷ କରୁଥିବା ଚାଷୀମାନଙ୍କୁ ଜମିର ପଟ୍ଟା ପ୍ରଦାନ, ଆଦିବାସୀଙ୍କୁ ଜଙ୍ଗଲ ଜମିର ଅଧିକାରୀ ଓ ସ୍ଥାୟୀ ପଟ୍ଟା, ଚାଷ ଜମିର କିସମ ପରିବର୍ତ୍ତନରେ ରେଙ୍ଗାଲି ବାସଚୁ୍ୟତଙ୍କୁ ବକେୟା ଜମି ପ୍ରଦାନ ଓ ଚିହ୍ନଟ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ବିଭିନ୍ନ ସମୟରେ ସଂଘ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ସେମାନଙ୍କର ଦାବି ଗୁଡିକୁ ଶୀଘ୍ର ପୂରଣ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି ।