ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
ସମ୍ବଲପୁର: ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରଜ ରାଜନଗର ପୌରପାଳିକା ସଭା ଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରବୀର କୁମାର ନାୟକ,ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିସôା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମହେଶ ମୋହନ ପଣ୍ଡା, ତହସିଲଦାର ସଦାକର କୁମ୍ଭାର, ପୋ?ର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ, ସହକାରୀ ଜିଲ୍ଲାପାଳ ଉମାକାନ୍ତ ପ୍ରଧାନଙ୍କ ସମେତ ଜିଲ୍ଲା ସ୍ଥରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଶିବିରରେ ମୋଟ ୧୧ଟି ଅଭିଯୋଗ ଆଗତ ହୋଇଥିବା ବେଳେ ତନ୍ମଧ୍ୟରୁ ୬ଟି ବ୍ୟକ୍ତିଗତ ଓ ୫ଟି ସାମୁହିକ । ଶିବିରରେ ବ୍ରଜରାଜନଗର ୧୧ ନମ୍ବର ୱାର୍ଡÿରେ ପାନୀୟ ଜଳ ସଂଯୋଗ, ପଞ୍ଚପଡ଼ା ୯ନମ୍ବର ୱାର୍ଡÿରେ ସର୍ବସାଧାରଣ ରାସ୍ତା ଅବରୋଧ ପୂର୍ବକ ଗୃହ ନିର୍ମାଣ, ତେଲେନପାଲିରେ ଟାଉନ ହାଇସ୍କୁଲ ପଡିଆରେ ଷ୍ଟାଡିଅମ ନିର୍ମାଣ, ବ୍ରଜରାଜନଗର ରେଲୱେ କଲୋନୀରେ ବିଦୁ୍ୟତ ଓ ପାନୀୟ ଜଳ ସଂଯୋଗ ଏବଂ ବ୍ରଜରାଜନଗର ଇଏସଆଇ ଛକରେ ବେଆଇନ ଭାବେ ସରକାରୀ ଜାଗା ଜବରଦଖଲ ସମ୍ପର୍କିତ ସାମୁହିକ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା । ସେହିପରି ଶିବିରରେ ବିଭିନ୍ନ ବ୍ୟକ୍ତିଗତ ଅଭିଯୋଗ ଉପରେ ଶୁଣାଣି କରାଯାଇଥିଲା । ଶିବିରରେ ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ସାମାଜିକ ସୁରକ୍ଷା ସହାୟତା ବାବଦରେ ଜଣେ ଦିବ୍ୟାଙ୍ଗଙ୍କୁ ୧୨୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।