ଯୁଗ୍ମ ଜନଶୁଣାଣି ଶିବିର 

 ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ୍ଙ୍କ  ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିଡିଓ ଜିଲ୍ଲା ପରିଷଦ ବିରଞ୍ଚô ନାରାୟଣ ଦରୱାନ, ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରକାଶ ମିଶ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଜନଶୁଣାଣି ଶିବିରରେ ମୋଟ ୫୫ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୪୪ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୧ଟି ଗ୍ରାମ୍ୟ ତଥା ସାମୂହିକ ସମସ୍ୟା ସମ୍ମିଳିତ ଥିଲା । ମୁଖ୍ୟତଃ ରାସନ୍କାର୍ଡ, ପ୍ରଧାନମନ୍ତ୍ରୀ ଆବାସ, ମଣ୍ଡି ଟୋକନ୍, ଚିକିତ୍ସା ସାହାଯ୍ୟ, ରାସ୍ତା ନିର୍ମାଣ ଉପରେ ଅଭିଯୋଗ ରହିଥିଲା ।