ଦନ୍ତା ଆକ୍ରମଣରେ ଦମ୍ପତି ଗୁରୁତର 

ଦନ୍ତା ଆକ୍ରମଣରେ ଦମ୍ପତି ଗୁରୁତର 

 ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ଗ୍ରାମ ନିକଟ ପୁରକଟାରେ  ଦନ୍ତାହାତୀ ଆକ୍ରମଣରେ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଆହତ ଶୁଣ୍ଡିମୁଣ୍ଡା ଗ୍ରାମର କମଲ ନାଏକ ଓ ତାଙ୍କ ସ୍ତ୍ରୀ କୋଳି ନାଏକ । ସ୍ୱାମୀ ସ୍ତ୍ରୀ ଦୁହେଁ ମଧ୍ୟାହ୍ନରେ ଗାଁ ପାଖ ପୁରକଟା ଜଙ୍ଗଲକୁ ଜାଲେଣି କାଠ ସଂଗ୍ରହ ପାଇଁ ଯାଇଥିଲେ, ହେଲେ ହଠାତ୍ ଏକ ଦନ୍ତା ହାତୀ ହାବୁଡରେ ପଡ଼ିଯାଇଥିଲେ । ତେବେ ହାତୀଟି ଉଭୟ ସ୍ୱାମୀ ଓ ସ୍ତ୍ରୀ କୁ ଆକ୍ରମଣ କରିଥିଲା । ଫଳରେ ଦୁହେଁ ଗୁରୁତର ହୋଇଥିଲେ । ପାଖରେ ଗାଧୋଇବା ପାଇଁ ଯାଇଥିବା ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିସôା ପରେ ଦୁହିଁଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସେପଟେ ବନ ବିଭାଗର କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।