ଡିଏଭି ସ୍କୁଲର ବାର୍ଷିକୋତ୍ସବ
ସମ୍ବଲପୁର: ଡିଏଭି ସ୍କୁଲ ସମ୍ବଲପୁରର ବାର୍ଷିକ ଉତ୍ସବ ‘ଇନ୍ ସ୍ପାଇରା’ ସ୍ଥାନୀୟ ତପସ୍ୱିନୀ ଜିଲ୍ଳା ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଡିଏଭି ସ୍କୁଲ ସମୂହର ଆଞ୍ଚଳିକ ସହ ନିଦେ୍ର୍ଦଶିକା ରଶ୍ମୀ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୁରଲୀଧର ବେହେରା ମୁଖ୍ୟଅତିଥି ଏବଂ ଧନକଉଡ଼ା ବ୍ଲକ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ତଥା ଶିକ୍ଷାର ମାନବୃଦ୍ଧି ସକାଶେ ଅଭିଭାବକ ଅଭିଭାବିକା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଡିଏଭି ସ୍କୁଲ, ସମ୍ବଲପୁର ମିନାକ୍ଷୀ ସୂପକାର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିବାବେଳେ ଡିଏଭି ସ୍କୁଲ, ଝାରସୁଗୁଡ଼ାର ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡା ମଞ୍ଚାସୀନ ଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଈଲା ପାଣିଗ୍ରାହୀ, ପୁଷ୍ପଲତା ବାବୁ, ରୀମା ପଣ୍ଡା, ଲିସା ସୁଚରିତା, ରୋଜାଲି ସାହୁ, ସଂଯୁକ୍ତା ମହାକୁଡ଼, ରୋଜାଲିନ୍ ମିର୍ଦ୍ଧା, ଓମ୍କାର୍ ବାବୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
