ଯୁଝେଷ୍ଟିଙ୍କ ଧର୍ମ ପରୀକ୍ଷା ଓ ସ୍ୱର୍ଗ ଗମନ
ଲଳିତ ଲେଙ୍କା : ଧର୍ମରାଜ ଯୁଧିଷ୍ଠିର ହେମବନ୍ତ ପର୍ବତର ଶିଖର ଦେଶରେ ଯାଇ ପହଞ୍ଚôଲେ । ହେମଗିରି ଶିଖର ଦେଶ ହେଉଛି ଲକ୍ଷେ ଯୋଜନ । ସେହି ପର୍ବତ ଉପରେ ପ୍ରଭାକର ରାଜନ ଅବସ୍ଥାନ କରନ୍ତି । ତହୁଁ ସେ ଉଦୟ ହୁଅନ୍ତି ଦିନକର । ତାଙ୍କ କର ସ୍ପର୍ଶରେ ଅନ୍ଧକାର ଦୂରୀଭୂତ ହୋଇଥାଏ । ଏହି ପର୍ବତର ଦକ୍ଷିଣ କୋଣରେ ରହିଛି ଅନନ୍ତଗିରି, ଯେଉଁଠାରେ ଅନନ୍ତ ନାରାୟଣ ଅବସ୍ଥାନ କରିଥାନ୍ତି । ପଶ୍ଚିମ ଦିଗରେ ଥିବା ମେରୁଗିରିରେ ସୁରପତି ବସିଥାନ୍ତି । ଉତ୍ତରରେ ଥିବା କପିଳାସ କନ୍ଦରରେ ଦେବ ଦେବ ସଦାଶିବ ବସନ୍ତି । ୟେହି ଚାରି ପର୍ବତ ହେଉଛି ଆକାଶ ଅଧା ସ୍ୱର୍ଗ । ଏହି ଚାରି ପର୍ବତ ତଳେ ରହିଛି ନବଦୀପ ସପତି ସାଗର ପୃଥୀ ।
ଯୁଧିଷ୍ଠିର ଏହି ହିମବନ୍ତ ପର୍ବତ ଉପରେ ଉଠି ମଧ୍ୟ ଭୁବନକୁ ଚାହିଁ ଦେଖିଲେ ଏକ ଜୀର୍ଣ୍ଣ କୂପ ରହିଛି । ଜୀର୍ଣ୍ଣକୂପ ମଧ୍ୟକୁ ଯୁଧିଷ୍ଠିରଙ୍କ ଦୃଷ୍ଟି ପଡିବାରୁ ତହିଁରେ ପଡିଥିବା ଛୟାଣୋଇ ରାଜା ତାଙ୍କୁ (ଯୁଧିଷ୍ଠିର) ଦର୍ଶନ କରି ନରକରୁ ମୁକ୍ତିଲାଭ କଲେ । ଏହି ରାଜାମାନେ ଥିଲେ ଦୁର୍ଯେ୍ୟାଧନର ସମର୍ଥକ । ସଭାରେ ଶ୍ରୀକୃଷ୍ଣ ଶାନ୍ତିଦୂତ ହୋଇ ଦୁର୍ଯେ୍ୟାଧନକୁ ପଡା ମାଗିବା ବେଳେ ଏହି ରାଜାମାନେ ବିରୋଧରେ ସଂଗ୍ରାମ କରିଥିଲେ । ଦୁର୍ଯେ୍ୟାଧନର ଇଙ୍ଗିତରେ ଏମାନେ ରାଜସଭାରେ ଶ୍ରୀକୃଷ୍ଣଙ୍କୁ ଆକ୍ରମଣ କରି ମୃତୁ୍ୟମୁଖରେ ପଡିଥିଲେ । ସେଥିପାଇଁ ଏହି ରାଜାମାନଙ୍କୁ ଯମ ଦେବତା ଏହି ଜୀର୍ଣ୍ଣକୂପରେ ପକାଇ ରଖିଥିଲା । ଏବେ ଯୁଧିଷ୍ଠିରଙ୍କୁ ଦର୍ଶନ କରି ସେହି ରାଜାମାନେ ନର୍କରୁ ମୁକ୍ତିଲାଭ କଲେ । ବରାବସୁତ ମନୁ ମୁନି ଅଗସ୍ତିଙ୍କୁ ପଚାରିଲେ ଧର୍ମରାଜ ଯୁଧିଷ୍ଠିର ଆକାଶରେ ଥାଇ ନର୍କଦର୍ଶନ କ’ଣ ପାଇଁ କଲେ ? ମୁନି ଅଗସ୍ତି କହିଲେ ଯୁଧିଷ୍ଠିର ଧର୍ମ ହୁଁ ଆନ କିଛି କୁହନ୍ତି ନାହିଁ । ସତ୍ୟରେ ପ୍ରଜାମାନଙ୍କୁ ମଧ୍ୟ ପାଳନ କରୁଥିଲେ । ମହାଭାରତ ଯୁଦ୍ଧରେ ପାଣ୍ଡବ ପକ୍ଷର ସେନାପତି ଥିଲେ ଧୃଷ୍ଟଦୁ୍ୟମ୍ନ କୋ÷ରବଙ୍କ ପକ୍ଷରୁ ସେନାପତି ଥିଲେ ଆଚାର୍ଯ୍ୟ ଦ୍ରୋଣ । ଦ୍ରୋଣଙ୍କ ସେନାପତିତ୍ୱରେ କୋ÷ରବ ପକ୍ଷ ପାଣ୍ଡବପକ୍ଷର ଅଭିମନୁ୍ୟ ସମେତ ବହୁ ସୈନ୍ୟସମାସ୍ତଙ୍କୁ ନିପାତ କରି ଚାଲିଥାନ୍ତି । ଏଥିପାଇଁ ପାଣ୍ଡବପକ୍ଷରେ ଭାଳେଣି ପଡିଗଲା । ଦ୍ରୋଣଙ୍କ ହାତରେ ଅସ୍ତ୍ରଥିବା ପର୍ଯ୍ୟନ୍ତ ତାଙ୍କୁ କେହି ଜିଣିପାରିବେ ନାହିଁ ବୋଲି ପାଣ୍ଡବମାନେ ଜାଣିଲେ । ତେଣୁ କୂଟ ଉପାୟ କରି ତାଙ୍କୁ ନିପାତ କରିବାକୁ ଯୋଜନା ପ୍ରସ୍ତୁତ କଲେ । ତା ପରଦିନ ଯୁଦ୍ଧରେ ଭୀମସେନ ଅଶସ୍ତମା ନାମକ ଏକ ହାଥୀକୁ ବିନାଶ କଲେ । ଚାରିଆଡେ ପ୍ରଚାର ହୋଇଗଲା ଅଶସ୍ତମା ହତ । ଦ୍ରୋଣ ଅଶସ୍ତମା ହତ ଶୁଣି ବିଚଳିତ ହୋଇ ପାଣ୍ଡବ ଓ କୋ÷ରବ ପକ୍ଷର ସମସ୍ତଙ୍କୁ ପଚାରିଲେ । କେହି ଠିକ୍ ଭାବେ କହିପାରିଲେ ନାହିଁ । ନିଜେ ଦ୍ରୋଣ ଥାଟ ମଧ୍ୟରେ ଅଶସ୍ତମାକୁ ଖୋଜି ମଧ୍ୟ ପାଇଲେ ନାହିଁ । ଶେଷରେ ଗୁରୁ ଦ୍ରୋଣାଚାର୍ଯ୍ୟ ଯୁଧିଷ୍ଠିରଙ୍କୁ ପଚାରିଲେ ଅଶସ୍ତମା ହତ କଥା ସତ କି? ଯୁଧିଷ୍ଠିର କହିଲେ ଅଶସ୍ତମା ହତ ସତ, ମାତ୍ର ନର କି ଗୁଜିର ତାହା ସେ ଜାଣିନାହାନ୍ତି । ଏହି ପଦକ କଥା ପାଇଁ ଯୁଧିଷ୍ଠିରଙ୍କୁ ନର୍କ ଦର୍ଶନ କରିବାକୁ ପଡିଲା ।
ଏହାପରେ ଯୁଧିଷ୍ଠିର ହେମବନ୍ତ ଶିଖରରେ ଉଠି ନିଜକୁ ଏକୁଟିଆ ଭାବି ଦୁଃଖ ପ୍ରକାଶ କଲେ । ଭାବିଲେ ବନ୍ଧୁ ସୋଦରମାନଙ୍କୁ ମରାଇ ସେ ଏକା ହୋଇଯାଇଛି । ତାଙ୍କ ସହିତ ଆଉ କେହି ନାହାନ୍ତି । ଯୁଧିଷ୍ଠିର ଏହି ବିଷୟ ଚିନ୍ତା କରୁଥିବା ସମୟରେ ଧର୍ମଦେବତା ଏକ ଧବଳବର୍ଣ୍ଣର ଶ୍ୱାନ ରୂପ ହୋଇ ତାଙ୍କ ନିକଟରେ ପହଞ୍ଚôଲେ । ଯୁଧିଷ୍ଠିର ସେହି ଧବଳ କମଳ ଶୁଦ୍ଧ ସ୍ପଷ୍ଟିକ ପରି ଦେଖାଯାଉଥିବା ଶ୍ୱାନଟିକୁ ତାଙ୍କ ନିକଟରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଏପରି ହେମ (ଶୀତ) ସ୍ଥାନକୁ କିପରି ଶ୍ୱାନଟି ଆସିଲା ଭାବି ଯୁଝେଷ୍ଠି ନିକଟରେ ଥିବା ଆରୋହଣ ବଟ ତଳେ ଉପବେଶନ କଲେ । ଶ୍ୱାନଟି ମଧ୍ୟ କୁଆଡେ ନଯାଇ ଯୁଧିଷ୍ଠିରଙ୍କ ପାଖରେ ବସିଲା ।
ହଠାତ୍ ଜଙ୍ଗଲ ଭିତରୁ ଏକ ବ୍ୟାଘ୍ର ଆସି ଶ୍ୱାନଟିକୁ ଖାଇବା ପାଇଁ ସେଠାରେ ପହଞ୍ଚôଲା । ବ୍ୟାଘ୍ରକୁ ଦେଖି ଶ୍ୱାନଟି ବିକଳରେ ବୋବେଇଲା (ରୋବଇ) । ଶ୍ୱାନଟିର ବିକଳ ଦେଖି ଯୁଝେଷ୍ଠି ଡାଳଖଣ୍ଡିଏ ଭାଙ୍ଗି ରକ୍ଷା କରିବା ପାଇଁ ତାହାକୁ ଆବୋରି ବସିଲେ । ଭାବିଲେ ଶ୍ୱାନକୁ ରକ୍ଷା ନକଲେ ବ୍ୟାଘ୍ର ତାହାକୁ ଭକ୍ଷଣ କଲେ ତାଙ୍କର ଧର୍ମ ନାଶ ହେବ ।
ଅନ୍ୟ ପକ୍ଷରେ ଦ୍ରୌପଦୀ, ଭୀମ, ଅର୍ଜୁନ, ନକୁଳ ଓ ସହଦେବ ଦେହତ୍ୟାଗ କରିବା ପରେ ଏକ ପୁଷ୍ୟେକ ବିମାନରେ ବସି ସ୍ୱର୍ଗଯାତ୍ରା କଲେ । ସେଠାରେ ସୁରପତି ଇନ୍ଦ୍ରଦେବ ଏମାନଙ୍କୁ ରତ୍ନ ଅଳଙ୍କାର ପ୍ରଦାନ କରି ବସିବାକୁ ଦିବ୍ୟ ସିଂହାସନ ପ୍ରଦାନ କଲେ । ପାଣ୍ଡବମାନେ ସ୍ୱର୍ଗଯାତ୍ରାରେ ବାହାରିବା ପରେ ପରୀକ୍ଷିତ ରାଜା ହୋଇ ପ୍ରଜାମାନଙ୍କୁ ପ୍ରତିପାଳନ କରିବାରେ ଲାଗିଲେ । ଦିନେ ପରୀକ୍ଷିତ ରାଜା ଗୁପ୍ତରେ ବୁଲି ପ୍ରଜାମାନଙ୍କର ଭଲ ମନ୍ଦ ଦେଖିବା ପାଇଁ ବୁଲି ବାହାରିଲେ । ଦେଖିଲେ କଳିଯୁଗ ଏକ ବୃଷଭର ତିନିପାଦ କାଟି ଦେଇ ତାହାକୁ କଷଣ ଦେଉଛି । ରାଜା ପରୀକ୍ଷିତ ଖଡଗ ବାହାର କରି କଳିଯୁଗକୁ ମାରିବା ପାଇଁ ଉଦ୍ୟତ ହେଲେ । ବୃଷଭ କହିଲେ, ସେ ହେଉଛନ୍ତି ଧର୍ମ । ତାଙ୍କର ଚାରିପାଦ ହେଉଛି ସତ୍ୟ, ଶଉଚ, ଦୟା, କ୍ଷମା । ଯେଉଁଦିନ ଶ୍ରୀକୃଷ୍ଣ ଓ ଧର୍ମରାଜ ସମେତ ପାଣ୍ଡବମାନେ ସ୍ୱର୍ଗାରୋହଣ କଲେ, ସେହିଦିନଠାରୁ କଳିଯୁଗ ଆମ୍ଭଙ୍କୁ କଷଣ ଦେଉଛି । ପରୀକ୍ଷିତ କଳିଯୁଗକୁ ମାରିବାକୁ ବାହାରିବାରୁ ସେ ହାତଯୋଡି କହିଲା, ମୋତେ କେଉଁଠି ରହିବାର ସ୍ଥାନ ପ୍ରଦାନ କରନ୍ତୁ । ପରୀକ୍ଷିତ କହିଲେ ତୁମେ ମୂର୍ଖର ଅଙ୍ଗରେ ଆରୋହଣ କରିବ । ମଦ, ଗଞ୍ଜାଇ, ଜୁଆ ସ୍ଥାନରେ ବିଶ୍ରାମ କରିବ । ଏହି ସ୍ଥାନ ବ୍ୟତୀତ ଆଉ କେଉଁଠି ରହିବୁ ନାହିଁ କହି ପରୀକ୍ଷିତ କଳିକୁ ଛାଡିଦେଲେ । ସେଠାରୁ ରାଜା ଆସି ଆନନ୍ଦରେ ପ୍ରଜାପାଳନ କରିବାରେ ଲାଗିଲେ ।
ଯୁଧିଷ୍ଠିର ହିମବନ୍ତ ପର୍ବତ ଶିଖରରେ ଥିବା ଆରୋହଣ ବଟ ତଳେ କୁଆଡେ ଯିବେ ବୋଲି ପଥ ନିର୍ଣ୍ଣୟ କରିନପାରି ମନ ଦୁଃଖରେ ରହିଥାନ୍ତି । ବିଧାତା ଇନ୍ଦ୍ରଦେବତାଙ୍କୁ ଡାକି କହିଲେ ପୁଷ୍ୟେକ ବିମାନ ନେଇ ଯୁଧିଷ୍ଠିରଙ୍କୁ ହିମବନ୍ତ ପର୍ବତ ଶିଖରରୁ ନେଇଆସ । ସୁନାଶୀର ଆସି ହିମବନ୍ତ ଶିଖରରେ ପହଞ୍ଚôବାରୁ ତାଙ୍କୁ ଦେଖି ଯୁେଝେଷ୍ଠି ତାଙ୍କ ପାଦପୂଜା କଲେ । ସୁନଶୀର ତାଙ୍କୁ ସ୍ୱର୍ଗକୁ ନେଇଯିବା ପାଇଁ ଆସିଥିବା ଜଣାଇଲେ । ଯୁଝେଷ୍ଠିଙ୍କ ପାଖରେ ଥିବା ଶୁକ୍ଳାମ୍ବର ଶ୍ୱାନକୁ ଧରି ବିମାନରେ ବସିବା ପାଇଁ ଉଦ୍ୟତ ହେଲେ । ଇନ୍ଦ୍ରଦେବ କହିଲେ ଶ୍ୱାନକୁ ଛୁଇଁଲେ ସ୍ନାନ କରନ୍ତି । ତାହାର ପାଦରଜ ଯେଉଁଠି ପଡିବ ଆଷ୍ୟ ତୁଟିଯାଏ । ଶ୍ୱାନ ପାମରକୁ ନେଇ ବିମାନରେ ଯିବା ଅନୁଚିତ । ତୁମେ ଏକା ଆସ । ଯୁଝେଷ୍ଠି କହିଲେ ଏହି ଶ୍ୱାନ ଶେଷ କାଳରେ ମୋର ସାହା ଓ ସାକ୍ଷୀ । ତାହାକୁ ନନେଇ ସେ ସ୍ୱର୍ଗକୁ ଯିବେ ନାହିଁ । ଇନ୍ଦ୍ରଦେବ ଯୁଝେଷ୍ଠିଙ୍କ ଦୟା ଭାବକୁ ପରୀକ୍ଷା କରୁଥିଲେ । ଇନ୍ଦ୍ରଦେବ ଖୁସି ହୋଇ ଯୁଝେଷ୍ଠିଙ୍କୁ ଆଲିଙ୍ଗନ କରି କହିଲେ ସେହି ଧବଳଶ୍ୱାନ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ନିରାକାର ପୁରୁଷ ଧର୍ମଦେବତା । ତୁମର ପିତା ।
ଯୁଝେଷ୍ଠି ଦେଖିଲେ ସେଠାରେ ଆଉ ଶ୍ୱାନ ନଥିଲା । ଶୂନ୍ୟବାଣୀ ହେଲା- ଯୁଝେଷ୍ଠି ତମେ ହିମନ୍ତ ପର୍ବତ ଉପରେ ଥିବା ସମୟରେ ତୁମର ସହାୟତା ପାଇଁ ଆମେ ଶ୍ୱାନରୂପ ଧରିଯାଇଥିଲୁ । ଏବେ ବିମାନରେ ବସି ଶୀଘ୍ର୍ର ସ୍ୱର୍ଗକୁ ଆସ । ତୁମର ଭାଇମାନେ ତୁମକୁ ଅପେକ୍ଷା କରିଛନ୍ତି । ତହୁଁ ସୁନାଶୀର ଯୁଝେଷ୍ଠିଙ୍କୁ ବିମାନରେ ବସାଇ ସ୍ୱର୍ଗଲୋକକୁ ନେଇ ଆସିଲେ । ସ୍ୱର୍ଗର ଶଙ୍ଖ, ବାଦ୍ୟନାଦ କରି ସମସ୍ତ ଦେବତାମାନେ ଆନନ୍ଦରେ ଯୁଝେଷ୍ଠିଙ୍କୁ ସ୍ୱାଗତ ଜଣାଇଲେ । ଆକାଶରେ ଉଚ୍ଛବର ଆୟୋଜନ କରାଗଲା ।
ଯୁଝେଷ୍ଠି ସ୍ୱର୍ଗରେ ବସି ଦେଖିଲେ ପାଣ୍ଡବ ଭାଇମାନଙ୍କ ସହିତ ମାନଗୋବିନ୍ଦ, କର୍ଣ୍ଣ, ଶଲ୍ୟ, ଭୀଷ୍ମ ଦ୍ରୋଣ ଆଦି ସମସ୍ତେ ସ୍ୱର୍ଗରେ ଅବସ୍ଥାନ କରିଛନ୍ତି । ମହାଭାରତ ଯୁଦ୍ଧରେ ନିପତିତ ରାଜାମାନଙ୍କ ସହିତ ସମସ୍ତ ଯୋଦ୍ଧା ମୃତୁ୍ୟ ସମୟରେ ରଥାରୁଢ ଶ୍ରୀକୃଷ୍ଣଙ୍କୁ ଦେଖି ମୁକ୍ତି ପାଇ ସ୍ୱର୍ଗରେ ଆସୀନ ହୋଇଥିଲେ । ଶତେଭାଇଙ୍କ ସହିତ ମାନଗୋବିନ୍ଦ, ଭୀମ, ଅର୍ଜୁନ, ନକୁଳ, ସହଦେବ ଆଦି ସୋଦରମାନଙ୍କ ଦେଖି ଯୁଧିଷ୍ଠିର ଆନନ୍ଦିତ ହେଲେ । ମାତ୍ର ଧୃତରାଷ୍ଟ୍ରଙ୍କୁ ଦେଖିପାରିଲେ ନାହିଁ । ଶ୍ରୀ ମହାଭାରତ ହେଉଛି ଅମୃତ ରସବାଣୀ । ପଢିବା ଲୋକ ଓ ଶୁଣିବା ଲୋକ ଉଭୟେ ସ୍ୱର୍ଗବାସୀ ହୋଇଥାନ୍ତି । ଦେବୀ ସାରଳାଙ୍କ ପ୍ରସନ୍ନେ ଶୂଦ୍ରମୁନି ସାରୋଳା ଦାସ ଏହି ଅଷ୍ଟାଦଶ ପର୍ବ ବିଶିଷ୍ଟ ମହାଭାରତ ରଚନା କରିଥିବା ବିଷୟ ବାରମ୍ବାର ଉଲ୍ଲେଖ କରିଛନ୍ତି । ଶେଷରେ କବି ଶ୍ରୀନାରାୟଣଙ୍କ ପଦ ବନ୍ଦନା କରି ଗ୍ରନ୍ଥ ସମାପ୍ତ କରିଛନ୍ତି ।
ନମସ୍ତେ ନାରାୟଣ ନମସ୍ତେ ଶ୍ରୀପତି
ତୁମ୍ଭ ଶ୍ରୀଚରଣ ବିଜୁ ଅନୋ ନାହିଁ ଗତି (ସ୍ୱର୍ଗାରୋହଣ ପର୍ବ) (ସମାପ୍ତ)