ଧର୍ମ ଆଧାରିତ ଭାରତର ଅର୍ଥବ୍ୟବସ୍ଥା
ଗୋପାଳ ମହାପାତ : ଧର୍ମ ଏବଂ ଅର୍ଥ ଦୁଇଟି ଶବ୍ଦ ଭାରତୀୟ ପରମ୍ପରା ସହ ଯୋଡି ହୋଇ ରହିଛି । ଭାରତରେ ଚାରି ପୁରୁଷାର୍ଥ- ଧର୍ମ, ଅର୍ଥ, କାମ, ମୋକ୍ଷରେ ସର୍ବପ୍ରଥମ ହେଉଛି ଧର୍ମ ଏବଂ ଏହା ପରେ ଅର୍ଥ ହିଁ ରହିଛି । କିନ୍ତୁ ଧର୍ମର ଶାବ୍ଦିକ ଅର୍ଥ ଆଜିର ପ୍ରଚଳିତ ସନ୍ଦର୍ଭରେ ନଥିଲା । ଧର୍ମର ପ୍ରକୃତ ଅର୍ଥ ହେଉଛି ପୂଜା ଉପାସନା । ଏହାକୁ ଅନ୍ୟ ଅର୍ଥରେ କର୍ତ୍ତବ୍ୟ ଏବଂ ଦାୟିତ୍ୱ ବୋଲି କୁହାଯାଇପାରେ । ସେହିପରି ଦ୍ୱିତୀୟ ପୁରୁଷାର୍ଥ ଅର୍ଥର ଶାବ୍ଦିକ ଅର୍ଥ ହେଉଛି ଆଜୀବିକା । ଚାରି ପୁରୁଷାର୍ଥ ଗୋଟିଏ ଅନ୍ୟ ଏକ ସହ ଜଡିତ, ଗୋଟିଏ ଅନ୍ୟର ଲକ୍ଷ ପର୍ଯ୍ୟନ୍ତ ପହଞ୍ଚôବା, ଆଜିର ସମୟରେ ଧର୍ମ, ଅର୍ଥ ଦୁଇ ପୁରୁଷାର୍ଥ ବା କର୍ମ ଅଥବା କ୍ରିୟାକଳାପକୁ ଏକ ସ୍ୱତନ୍ତ୍ର ଦୃଷ୍ଟିରେ ଦେଖିବାର ଆବଶ୍ୟକତା ରହିଛି । ଭାରତରେ ଏବେ ପୁରୁଷାର୍ଥର ଏ ଦୁଇ ଶବ୍ଦକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଅର୍ଥ ବା ଦେଶର ଅର୍ଥ ବ୍ୟବସ୍ଥାର ଚର୍ଚ୍ଚା କରାଯିବାର ଆବଶ୍ୟକତା ରହିଛି କାରଣ ଏହା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ । ଦେଶର ସମ୍ପନ୍ନତା, ଲୋକେ ଖୁସିରେ ରହିବା ପାଇଁ ଏବଂ ପ୍ରଗତି ପାଇଁ ଅର୍ଥ/ ଅର୍ଥବ୍ୟବସ୍ଥାର ବିଭିନ୍ନ ଦିଗ – କୃଷି, ଉଦ୍ୟୋଗ, ବ୍ୟବସାୟ ସୁଦୃଢ଼ ହେବା ଆବଶ୍ୟକ । ଏହି ବିଷୟ ସବୁଠାରୁ ଆକର୍ଷଣର କେନ୍ଦ୍ର ପାଲିଟିଛି । ଏକ ରିପୋର୍ଟ ଅନୁସାରେ ୨୦୨୪-୨୫ରେ ଭାରତର ଜିଡିପି ୬.୫ ରୁ ୭ ପ୍ରତିଶତ ରହିବ । ଏହା ମଧ୍ୟ ଏକ ଭଲ ସଙ୍କେତ । ୨୦୨୪ରେ ଭାରତର ବାସ୍ତବିକ ଜିଡିପି ୮ ପ୍ରତିଶତରୁ କିଛି ଅଧିକ ରହିଛି ଯେଉଁଥିରେ କୃଷି, ଉଦ୍ୟୋଗ ଏବଂ ସେବାକ୍ଷେତ୍ରର ଯୋଗଦାନ କ୍ରମଶଃ ୧୭.୭., ୨୭.୬ ଏବଂ ୫୪.୭ ପ୍ରତିଶତ ରହିଛି । ଏହି ଭଳି ଅନ୍ୟ ତଥ୍ୟ ଅନୁସାରେ ଭାରତର ଅର୍ଥବ୍ୟବସ୍ଥା ଭଲ ଅବସ୍ଥାକୁ ଯାଉଛି ।
·ରି ପୁରୁଷାର୍ଥର ପ୍ରଥମ ହେଉଛି ଧର୍ମ । ଦେଶରେ ଧର୍ମକୁ ନେଇ ଏବେ ତ ବ୍ୟାପକ ଚର୍ଚ୍ଚା ଚାଲିଛି । ଭାରତରେ ଅନେକ ଧର୍ମର ଲୋକେ ବସବାସ କରନ୍ତି । ଏପରିକି ଏକ ସତ୍ୟ ହେଉଛି ଭାରତରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ସଂଖ୍ୟା ଅଧିକ । ଦେଶରେ ଦ୍ୱୀତୀୟ ସଂଖ୍ୟକ ଧର୍ମାବଲମ୍ବୀ ହେଉଛନ୍ତି ଇସଲାମ ଧର୍ମାବଳମ୍ବୀ । ଏହି କ୍ରମରେ ଶିଖ, ବୌଦ୍ଧ, ଜୈନ, ପାରସି ଧର୍ମାବଲମ୍ବୀ ରହିଛନ୍ତି । ଏମାନଙ୍କ ଜଡ଼ ଭାରତରେ ପ୍ରାଚୀନ କାଳଠାରୁ ନେଇ ମଧ୍ୟ ଏବଂ ଆଧୁନିକ କାଳ (ସମୟ) ପର୍ଯ୍ୟନ୍ତ ଦେଖାଯାଇଥାଏ । ଧର୍ମର ସମ୍ପର୍କ ଉପାସନା ଏବଂ ଆଧ୍ୟାତ୍ମିକତା ସହ ରହିଛି । କିନ୍ତୁ ଏହାର ସମ୍ପର୍କ ଅର୍ଥ ଏବଂ ଏବେ ରାଜନୀତି ସହ ଅଧିକ ଗଭୀରଭାବେ ଯୋଡି ହୋଇଯାଇଛି । ଏହର ସିଦ୍ଧାନ୍ତ ଏବଂ ବାସ୍ତବିକତାକୁ କିଏ ଅସ୍ୱୀକାର କରି ପାରିବେ ନାହିଁ ଯେ ଭାରତର ଅର୍ଥବ୍ୟବସ୍ଥା ଧର୍ମ ଆଧାରିତ ବୋଲି । ଏହାକୁ ଗୋଟିଏ ବାକ୍ୟରେ କୁହାଯାଇପାରେ ଯେ ଭାରତର ଅର୍ଥବ୍ୟବସ୍ଥାରେ ଧର୍ମର ଭୂମିକା ରହିଛି । ପ୍ରାଚୀନ ଏବଂ ମଧ୍ୟକାଳୀନ ଭାରତର ଇତିହାସରେ ଏ ପ୍ରସଙ୍ଗ ରହିଛି । ଅନେକ ଐତିହାସିକଙ୍କ ମତରେ ତତ୍କାଳୀନ ଅର୍ଥବ୍ୟବସ୍ଥା ମନ୍ଦିର ଅର୍ଥବ୍ୟବସ୍ଥା ଥିଲା । ଏହା ଅଦ୍ୟାବଧି ଯଥାବତ୍ ରହିଛି । ଏକଥାକୁ ବୁଝିବାକୁ ହେଲେ କୁହାଯାଇପାରେ ଯେ ଯଦି କୌଣସି ସ୍ଥାନରେ ଏକ ଧାର୍ମିକ ସଂରଚନା ମନ୍ଦିର, ମସଜିଦ, ଦରଘା, ଚର୍ଚ୍ଚ ଓ ଗୁରୁଦ୍ୱାର ଥାଏ ତେବେ ସେହି ଧାର୍ମିକ ସଂରଚନାର ଆଖପାଖର ଲୋକେ ଧାର୍ମିକ ସଂରଚନା ପାଇଁ ହେଉଥିବା ଆୟରୁ ହିଁ ଗୁଜୁରାଣ ମେଣ୍ଟାଇବାରେ ସକ୍ଷମ ହୋଇଥାନ୍ତି । ଯଦିଓ ସବୁ ଲୋକେ ଏହାର ଲାଭ ପାଇନଥାନ୍ତି କିନ୍ତୁ ଅଧିକ ଲୋକଙ୍କୁ ଏହାର ଲାଭ ମିଳିଥାଏ । ଅମୃତସର, ବନାରସ, ଆଜମେର, ପ୍ରୟାଗ, ଅେଯୋଧ୍ୟା, ଗୋଆ, ତିରୁପତି, କାମାଖ୍ୟା, ଅମରନାଥ, କେଦାରନାଥ, ଏବଂ ପୁରୀ ଭଳି ଏମିତି ଅସଂଖ୍ୟ ଛୋଟ ବଡ଼ ସହରର ପରିଚୟ ସେଠାକାର ଧାର୍ମିକ ବିଶେଷତାକୁ ନେଇ ରହିଛି ।
ଏହି ଅର୍ଥବ୍ୟବସ୍ଥା କେମିତି ଧର୍ମ ସହ ଯୋଡି ହୋଇଛି ସେ କଥା ଏଥିରୁ ସ୍ପଷ୍ଟ । ଉଦାହରଣ ସ୍ୱରୂପ ତିରୁପତିର ବାଲାଜି ବା ଭେଙ୍କଟେଶ୍ୱର ମନ୍ଦିରକୁ ନିଆଯାଇପାରେ । ଆନ୍ଧ୍ରପ୍ରଦେଶର ତିରୁମାଳାରେ ସ୍ଥିତ ଏହି ମନ୍ଦିର ହିନ୍ଦୁ ଧର୍ମର ବୈଷ୍ଣବ ମତ ସହ ସମ୍ବନ୍ଧିତ ଅଟେ । ତଥ୍ୟ ଅନୁସାରେ ଏହି ମନ୍ଦିର ଟ୍ରଷ୍ଟ ବିଶ୍ୱର ସବୁଠାରୁ ଧନୀ ଟ୍ରଷ୍ଟ ବୋଲି କୁହାଯାଏ । ଏହାର ସମ୍ପତ୍ତିର ମୁଖ୍ୟ ସ୍ରୋତ ହେଉଛି ଏହି ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ଦ୍ୱାରା ଦିଆଯାଉଥିବା ଦାନ । ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଏଠାକୁ ଆସିଥାନ୍ତି । ଏହାକୁ ଆଜିର ସମୟରେ ଧାର୍ମିକ ପର୍ଯ୍ୟଟନ ବୋଲି କୁହାଯାଉଛି । ପର୍ଯ୍ୟଟନ ଅର୍ଥବ୍ୟବସ୍ଥା ସହ ଜଡିତ କିନ୍ତୁ ଅନ୍ୟ ପର୍ଯ୍ୟଟନ ତୁଳନାରେ ଧାର୍ମିକ ପର୍ଯ୍ୟଟନ ଅଧିକ ଗୁରୁତ୍ୱପୁର୍ଣ୍ଣ । ଏହି ଧାର୍ମିକ ପର୍ଯ୍ୟଟନରୁ ଅନେକ ପ୍ରକାରର ଉଦ୍ୟୋଗ ଏବଂ ସେବା କ୍ଷେତ୍ର ଲାଭ ପାଇଥାନ୍ତି ଯଥା ରେଳ, ବସ, ଟ୍ୟାକ୍ସି ଓ ବିମାନ ସେବା କ୍ଷେତ୍ର ଏବଂ ହୋଟେଲ, ଧର୍ମଶାଳା ଫୁଲ-ଫଳ ବିକ୍ରେତା, ପ୍ରସାଦ ସାମଗ୍ରୀ ବିକ୍ରେତା, ବସ୍ତ୍ର ଭଣ୍ଡାର ଏବଂ ଅନ୍ୟ କେତେକ ବ୍ୟବସାୟ । ଏ ସବୁ ବ୍ୟବସାୟୀ ମାନଙ୍କର ଆୟ ବଢିଥାଏ ଓ ଏହି ଉପାର୍ଜନ ଦେଶର ଅର୍ଥ ଭଣ୍ଡାର ବଢାଇବାରେ ସହାୟକ ହୋଇଥାଏ । ବିଭିନ୍ନ ଉଦ୍ୟୋଗ ମଧ୍ୟ ଲାଭାନ୍ୱିତ ହୋଇଥାଏ । ଧାର୍ମିକ ସଂରଚନା କ୍ଷେତ୍ର ମାନଙ୍କରୁ କେତେ ଲୋକ ଉପକୃତ ହୋଇଥାନ୍ତି ଓ ଦେଶର ଅର୍ଥବ୍ୟବସ୍ଥା ପାଇଁ ଏହା କେତେଦୂର ସହାୟକ ସେ ବାବଦରେ ଆକଳନ କରିବା କଷ୍ଟକର । କିନ୍ତୁ ଧାର୍ମିକ ସଂରଚନା କ୍ଷେତ୍ର ଦେଶର ଆର୍ଥôକ ବ୍ୟବସ୍ଥାକୁ ଯେ ସମୃଦ୍ଧ କରୁଛି ଓ ଅନେକ ଲୋକଙ୍କୁ ଆଜୀବିକା ଯୋଗାଇବାରେ ସକ୍ଷମ ହୋଇଛି ସେ କଥା ସତ୍ୟ । ଏ ପ୍ରସଙ୍ଗରେ ଅନ୍ୟ ଏକ ଉଦାହରଣ ହେଉଛି ଅନ୍ୟ ଧର୍ମ ମାନଙ୍କର ଉସôବ ତୁଳନାରେ ହିନ୍ଦୁ ମାନଙ୍କର ପର୍ବ ଉସôବର ସଂଖ୍ୟା ବହୁତ ଅଧିକ । ପ୍ରତି ମାସରେ କିଛି ନା କିଛି ପର୍ବ କୌଣସି ନା କୌଣସି ଅଞ୍ଚଳରେ ପାଳିତ ହୋଇଥାଏ । କେତେକ ପର୍ବ ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ପାଳିତ ହୋଇଥାଏ । ଏହି ପର୍ବ/ ଉସôବ କାରଣରୁ ବଜାରରେ ଏହାର ପ୍ରଭାବ ପଡିଥାଏ ଓ ବ୍ୟବସାୟ ବଢିଥାଏ । କେତେକ ବିଶେଷ ଉସôବରେ ତ ବଜାରର ବ୍ୟବସାୟ ଅଧିକ ମାତ୍ରାରେ ବଢ଼ିଯାଇଥାଏ । ଉଦାହରଣ ସ୍ୱରୂପ - ଦଶହରା । ଏହି ସମୟରେ ବିଭିନ୍ନ କମ୍ପାନୀ ମାନଙ୍କର ଉତ୍ପାଦିତ ବସ୍ତୁର ବିଜ୍ଞାପନ ସମ୍ବାଦପତ୍ର ଓ ଟେଲିଭିଜନରେ ଦେଖିବାକୁ ମିଳିଥାଲ । ଏହି ଉସôବ ଅବସରରେ ଲୁଗାପଟା, ଜୋତା-ଚପଲ, ଇଲେକ୍ଟ୍ରେନିକ୍ସ ସାମଗ୍ରୀର, ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ଫୁଲ ଫଳ ଓ ଏପରିକି ଯାନବାହନର ବିକ୍ରି ବଢ଼ିଯାଇଥାଏ । ଦଶହରା ପରେ ଆସିଥାଏ ଦୀପାବଳୀ ଏବଂ ଦୀପାବଳୀ ପୂର୍ବରୁ ଧନତେରସ । ଏହି ସମୟରେ ବଜାରରେ ମଧ୍ୟ ଲୋକଙ୍କ ଭିଡ ହୋଇଥାଏ । ଧନତେରସରେ ସୁନା ରୂପାର ଆଭୂଷଣ ସହ ବାସନକୁସନର ବିକ୍ରି ବଢ଼ିଯାଏ । ଏହି ସମୟରେ ଗ୍ରାହକ ମାନଙ୍କ ପାଇଁ ବିକ୍ରେତା ମାନଙ୍କ ପକ୍ଷରୁ ବିଶେଷ ପ୍ରବନ୍ଧନ କରାଯାଇଥାଏ । ଏହାପରେ ଛଠ୍ ପର୍ବ, ହୋଲି, ଶିବରାତ୍ରୀ, ରାମନବମୀ, ଜନ୍ମାଷ୍ଟମୀ, ଗଣେଷ ଚତୁର୍ଥୀ, ପୋଙ୍ଗାଲ, ଓନମ୍, ବିହୁ, ମକର ସଂକ୍ରାନ୍ତି, ବୈଶାଖୀ ଭଳି ଅନେକ ପର୍ବ/ ଉସôବ ପାଳନ କରାଯାଇଥାଏ ଓ ଏ ସମୟରେ କିଣାବିକା ମଧ୍ୟ ବଢ଼ିଯାଏ । ସେହିପରି ଅନ୍ୟ ଧର୍ମର ଉସôବ ମାନଙ୍କର ପ୍ରଭାବ ମଧ୍ୟ ବଜାର ଉପରେ ପଡିଥାଏ । ଏସବୁର ଗୋଟିଏ କଥା ସ୍ପଷ୍ଟ ଯେ ଧର୍ମ ଗୋଟିଏ ସଂପ୍ରଦାୟ ବିଶେଷର ବିଷୟ ହୋଇପାରେ କିନ୍ତୁ କ’ଣ ଅର୍ଥ (ଧନରାଶି) କୌଣସି ସଂପ୍ରଦାୟ ବିଶେଷ ସହ ଜଡିତ ହୋଇପାରେ? ଏଣୁ ପୁର୍ଣ୍ଣତଃ ଏହା ଧର୍ମ ନିରପେକ୍ଷ ବିଷୟ ଅଟେ । କୌଣସି ପର୍ବ ହିନ୍ଦୁ ସଂପ୍ରଦାୟର ହେଲେ ମଧ୍ୟ ମୁସଲମାନ, ଶିଖ, ଜୈନ ଏବଂ ଅନ୍ୟ ଧର୍ମର ବ୍ୟବସାୟୀମାନେ ଏହି ପର୍ବର ବ୍ୟବସାୟ ସହ ଜଡିତ ଥାଆନ୍ତି । ଏହା ହେଉଛି ଗୋଟିଏ ପକ୍ଷ ଯେ ପର୍ବ/ଉସôବ ସବୁ ସଂପ୍ରଦାୟକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାରେ ସକ୍ଷମ ହୋଇଥାଏ । ଏସବୁକୁ ଗମ୍ଭୀରତା ସହ ବୁଝିବାର ଆବଶ୍ୟକତା ରହିଛି ।
ରାମଚନ୍ଦ୍ରପୁର, ରଣପୁର
ମୋ :୯୪୩୮୪୮୫୦୯୪