ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପ-ଜେଲନସ୍କି ଆଲୋଚନା
ୱାସିଂଟନ୍: ଋଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ ପାଇଁ ଜୋରଦାର ପ୍ରୟାସ କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ । ନିକଟରେ ସେ ଋଷ ରାଷ୍ଟ୍ରପତି ଭ୍ଳାଦିମର ପୁଟିନଙ୍କୁ ଭେଟି ଯୁଦ୍ଧ ବନ୍ଦ ନେଇ ଆଲୋଚନା କରିଥିବାବେଳେ ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମର ଜେଲେନସ୍କିଙ୍କ ସହ ଆଲୋଚନା କରିଛନ୍ତି । ଆଜି ସାରା ବିଶ୍ୱର ନଜର ରହିଥିଲା ହ୍ୱାଇଟ୍ ହାଉସ୍ ଉପରେ । ବିଶେଷକରି ଟ୍ରମ୍ପ-ଜେଲେନସ୍କିଙ୍କ ଆଲୋଚନା ଉପରେ ସମସ୍ତଙ୍କ ନିଘା ରହିଥିଲା । ୩ ବର୍ଷ ଧରି ଚାଲିଥିବା ଯୁଦ୍ଧ ବନ୍ଦ କରିବାକୁ ଟ୍ରମ୍ପ ଅଣ୍ଟା ଭିଡ଼ିଥିବାବେଳେ ହ୍ୱାଇଟ୍ ହାଉସରେ ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଫିନଲାଣ୍ଡ, ଇଉରୋପୀୟ ୟୁନିୟନ୍ ଓ ନାଟୋର ନେତୃମଣ୍ଡଳୀ ସମ୍ମିଳିତ ହୋଇଥିଲେ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍, ଜର୍ମାନ ଚାନ୍ସଲର ଫ୍ରାଏଡ଼ରିଚ୍ ମେର୍ଜ, ଫିନଲାଣ୍ଡ ରାଷ୍ଟ୍ରପତି ଆଲେକଜାଣ୍ଡାର ଷ୍ଟବ, ନାଟୋ ମହାସଚିବ ମାର୍କ ରୁଟ୍, ଇଉରୋପୀୟ କମିଶନ ଉର୍ସୁଲା ଭନଡେର ଲାୟେନ, ବ୍ରିଟେନର ପ୍ରଧାନମନ୍ତ୍ରୀ କୈର ଷ୍ଟାର୍ମର, ଇଟାଲୀ ରାଷ୍ଟ୍ରପତି ଜିଓର୍ଜିଆ ମେଲୋନି ପ୍ରମୁଖ ହ୍ୱାଇଟହାଉସରେ ଉପସ୍ଥିତ ଥିଲେ ।