ଯୁବ ଇଞ୍ଜିନିୟରଙ୍କ ଦ୍ୱାରା ରାଜ୍ୟବ୍ୟାପୀ ବିଦୁ୍ୟତ୍ ବଣ୍ଟନ କେନ୍ଦ୍ରର ପରିଚାଳନା

 ଭୁବନେଶ୍ୱର : ଓଡିଶାରେ ପ୍ରଥମ କରି ମହିଳାଙ୍କ ସମେତ ୫୦ରୁ ଅଧିକ ଇଞ୍ଜିନିୟର ବିଦୁ୍ୟତ ବଣ୍ଟନ ପ୍ରଯୁକ୍ତି କେନ୍ଦ୍ର (ପିଡିଟିସି)ର ପରିଚାଳନା କରୁଛନ୍ତି  । ରାଜ୍ୟରେ ଉନ୍ନତ ମାନର ବିଦୁ୍ୟତ ସେବା ଯୋଗାଇବା ଓ ନିରବଚ୍ଛିନ୍ନ ବିଦ୍ୟୁତ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ ଏହି କେନ୍ଦ୍ର ତିନିଟି ସିପ୍ଟରେ ଚବିଶ ଘଂଟା କାର୍ଯ୍ୟ କରୁଛନ୍ତି  ।ଭୁବନେଶ୍ୱର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ଏହି ପିଡିଟିସି ହେଉଛି ପ୍ରଥମ ଧରଣର ଡିଜିଟାଲ ନର୍ଭ ସେଂଟର ଯାହା ସ୍କାଡା, ଜିଆଇଏସ୍, ଏଡିଏମ୍ଏସ୍ ଓ ୟୁଟିିଲିଟି ଡାଟା ଷ୍ଟ୍ରିମ୍ ଆନାଲିଟିକ୍ସ ଭଳି ଅତ୍ୟାଧୁନିକ ଗ୍ରିଡ୍ ନିୟନ୍ତ୍ରଣ ବ୍ୟବସ୍ଥାକୁ ସମନ୍ୱିତ କରୁଛି । ଏହି କେନ୍ଦ୍ର ସାରା ଓଡ଼ିଶାରେ ଥିବା ୨୫୦ରୁ ଅଧିକ ସ୍କାଡା ସମନ୍ୱିତ ପ୍ରାଥମିକ ସବ୍ଷ୍ଟେସନର ସିଧାସଳଖ ନିରୀକ୍ଷଣ କରୁଛି  । ଯାହା ଭାରତର ବିଦୁ୍ୟତ୍ ବଣ୍ଟନ କ୍ଷେତ୍ରର ଅନ୍ୟତମ ସମୃଦ୍ଧ ନିୟନ୍ତ୍ରଣ କେନ୍ଦ୍ରରେ ପରିଣତ କରିଛି । ଏହା କେବଳ ଟିପିସିଓଡିଏଲ୍ ପାଇଁ ମୁଖ୍ୟ ନିୟନ୍ତ୍ରଣ କେନ୍ଦ୍ର (ଏମ୍ସିସି) ଭାବେ କାମ କରୁଥିବା ବେଳେ ସମଗ୍ର ଅଂଚଳରେ ନିରବଚ୍ଛିନ୍ନ ପରିଚାଳନା ଓ ବ୍ୟବସାୟ ନିରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ ରିମୋଟ୍ ଅଟୋମେସନ୍ ପ୍ରଯୁକ୍ତିକୁ ସମନ୍ୱିତ କରି ଏହା ଟାଟା ପାୱାର୍ର ନେତୃତ୍ୱାଧୀନ ଓଡ଼ିଶାର ଡିସ୍କମ୍ ଯଥା ଟିପିଏସ୍ଓଡିଏଲ୍ ରେ ୧୫୧ଟି, ଟିପିଡବ୍ଲୁ୍ୟଓଡିଏଲ୍ ରେ ୨୨୫ଟି ଓ ଟିପିଏନ୍ଓଡିଏଲ୍ର ୧୫୦ଟି ସ୍ଥାନରେ ବ୍ୟାକ୍ଅପ୍ ନିୟନ୍ତ୍ରଣ କେନ୍ଦ୍ର (ବିସିସି) ଭାବେ କାର୍ଯ୍ୟ କରୁଛି । ରାଜ୍ୟର ବିଭିନ୍ନ କଲେଜରୁ ସ୍ନାତକ କରିଥିବା ଇଞ୍ଜିନିୟରମାନେ ଏହି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ପରିଚାଳନା କରୁଛନ୍ତି । ତାଙ୍କର ଅବଦାନ ‘ସ୍କିଲ୍ଡ ଇନ ଓଡିଶା' ଦୃଷ୍ଟିକୋଣର ଏକ ଜୀବନ୍ତ ଉଦାହରଣ ଭାବେ ଠିଆ ହୋଇଛି ।