ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ମିଳିଲାନି ନ୍ୟାୟ; କାର୍ଯ୍ୟାନୁଷ୍ଠାନ ହେବ : ଡିଆଇଜି 

ସାରସକଣା : ସାମ୍ବାଦିକଙ୍କ ଉପରେ ପ୍ରତିଶୋଧ ନେବାକୁ ଜାଇ ସାମ୍ବାଦିକ ଓ ତାଙ୍କ ସ୍ତ୍ରୀ ପରିବାର ନାମରେ ନାନାଦି କୁଭାଷା ପ୍ରୟୋଗ କରି ସାମାଜିକ ଗଣମାଧ୍ୟମରେ ଫେକ ଆଇଡି ବ୍ୟବହାର କରି ବଦନାମ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ପାଇଁ ମହିଳା ଏତଲା ଦେବାର ଗୋଟିଏ ମାସ ପୁରିଯାଇଥିଲେ ସୁଦ୍ଧା ଖୋଲା ଆକାଶ ତଳେ ବୁଲୁଛି ଅପରାଧୀ । ଘଟଣାକୁ ନେଇ ୨୩ ତାତିଖ ଦିନ ମହିଳା ଜଣଙ୍କ ପରିବାର ସହ ଆଇଜି ଅଫିସରେ ଧାରଣରେ ବସିବେ ବୋଲି କଣାଇଥିବା ବେଳେ, ଆଇଜି ମହିଳାଙ୍କୁ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି । ପ୍ରକାଶ ଥାଉକି ବେଆଇନ ବାଲି ବ୍ୟବସାୟକୁ କେନ୍ଦ୍ର କରି ସାମ୍ବାଦିକ ମଳୟ ନାୟକ ବିଭିନ୍ନ ସମୟରେ ଖବର କରିଥିବା ଯୋଗୁଁ ବାଲି ବ୍ୟବସାୟୀ ଖୋଲା ଭାବରେ ଧମକ ଦେଇଥିଲେ  । ଏହି ବାର୍ତାଳାପ ଧମକର ଏକ ଭିଡିଓ ସାମ୍ବାଦିକ ସୋସିଆଲ ମିଡିଆରେ ଛାଡିଥିଲେ । କିଛି ଦିନ ପରେ ଫେସବୁକରେ ଏକ ଫେକ ଆଇଡି ଖୋଲାଯାଇ ସାମ୍ବାଦିକଙ୍କ ନାମରେ ନାନାଦି ମିଛ କଥା ଲେଖାଯିବା ସହ ଖରାପ ଭାଷା ବ୍ୟବହାର କରି ତାଙ୍କ ପରିବାର ନାମରେ ମଧ୍ୟ ଅଶାଳୀନ ସଦ୍ଧ ବ୍ୟବହାର କରି ଚରିତ୍ର ସଂଘାର କରାଯାଇଥିଲା । ଏନେଇ ଜୁନ ୨୩ରେ ସାଇବର ଥାନାରେ ଅଭିଯୋଗ ହୋଇଥିଲା ଏବଂ ୨୪ ରେ ଝାରପୋଖରୀଆ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା  । ଏହି ଘଟଣାକୁ ବହୁତ ଦିନ ବିତିଯାଇଥିଳେ ସୁଦ୍ଧା ପୁଲିସ ଅପରାଧୀକୁ ଧରିବାରେ ଅସଫଳ ହୋଇଛି  । ଏନେଇ ପୁଲିସକୁ ପଚାରିବାରେ ଦୋଷୀକୁ ଧରାଯିବ  କହି ଟାଳଟୁଲ ନୀତି ଧରିଛି ପୁଲିସ ପ୍ରଶାସନ  । ଥାନାରୁ କୌଣସି ପଦକ୍ଷେପ ନହେବା ଫଳରେ ସାମ୍ବାଦିକଙ୍କ ସ୍ତ୍ରୀ ଓ ସାମ୍ବାଦିକ ଡିଆଇଜି ଅଫିସର ଦ୍ୱାରସ୍ଥ ହୋଇଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ ଶୁଣାଇଥିଲେ । କିନ୍ତୁ ଇତି ମଧ୍ୟରେ ଏକମାସ ପୁରିବା ପରେ ମଧ୍ୟ ଅଭିଯୁକ୍ତ ଧରା ନପାଡିବା ପୁଲିସର ପାରିବା ପଣିଆକୁ ପଦାରେ ପକାଇଛି  । ଆଜି ସାମ୍ବାଦିକ ଓ ମହିଳା ଜଣଙ୍କ ବାରିପଦା ଠାରେ ଡିଆଇଜିଙ୍କୁ ଭେଟିବା ପରେ ଡିଆଇଜି ଡ଼ ସତ୍ୟଜିତ ନାୟକ ଘଟଣାର ତଦନ୍ତ କରି ନିଶ୍ଚିତ ଦୋଷୀକୁ ବାହାର କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି   । ଯଦି ଅଭିଯୁକ୍ତ ଗିରଫ ନହେବ ତାହାହେଲେ  ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଭୁବନେଶ୍ୱର ଠାରେ ଧାରଣାରେ ବସିବେ ବୋଲି ସୂଚନା ଦେଇଛନ୍ତି ।