ଯୁବ ଠିକାଦାରଙ୍କ ବିୟୋଗ
ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକ ଅଧିନସ୍ଥ ପୁରୀ ଦତ୍ତତୋଟା ନିବାସୀ ଠିକାଦାର ଲୋକନାଥ ଦାସଙ୍କ ପରଲୋକ ହୋଇଛି । ସେ ଜଣେ ମିଷ୍ଟଭାଷୀ, ବନ୍ଧୁ ପ୍ରେମୀ, ଦରଦୀ ବନ୍ଧୁ ଭାବେ ବେଶ୍ ପରିଚିତ ଥିଲେ । ହଠାତ୍ ହୃଦଘାତର ଶିକାର ହେବାରୁ ତାଙ୍କୁ ସଦର ମହକୁମା ହସ୍ପିଟାଲକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରିବା ସମୟରେ ବାଟରେ ହିଁ ତାଙ୍କର ବିୟୋଗ ହୋଇଥିଲା । ପୋଷ୍ଟମର୍ଟମ ପରେ ମୃତଦେହ ଘରକୁ ଅଣାଯିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବନ୍ଧୁବାନ୍ଧବ, ବନ୍ଧୁ ଶେଷ ଦର୍ଶନ ପାଇଁ ବାସଭବନରେ ପହଞ୍ଚିଥିଲେ । ଅରୁଣ ରାୟ, ସୂର୍ଯ୍ୟପ୍ରଭା ବ୍ରହ୍ମଗିରି ସମ୍ବାଦଦାତା ରାମଚନ୍ଦ୍ର ମହାନ୍ତି, ପୁରୀ ଜିଲ୍ଲା ଠିକାଦାର ଓ ପୁରୀ ମୁନିସିପାଲିଟି ଠିକାଦାର ସଂଘ ସମ୍ପାଦକ ଲୋକନାଥ ପଣ୍ଡା, ସମାଜସେବୀ ପ୍ରଦିପ୍ତ ଦାଶ, କ୍ରୀଡ଼ାବିତ୍ ଭାରତୀ ବ୍ରହ୍ମା, ପୁଷ୍ପଜିତ ମହାପାତ୍ର, ପଦ୍ମନାଭ ଦାସ, ଡ. ବଳରାମ ଦାସ, ପ୍ରଶାନ୍ତ ମହାନ୍ତି, ରଣଜିତ ମହାନ୍ତି, ସରୋଜ ପାତ୍ର, ଶିକ୍ଷାବିତ୍ ଲକ୍ଷ୍ମଣ ସାହୁ, ଶ୍ରୀଭକ୍ତ ମହାନ୍ତି, ଇଞ୍ଜିନିୟର ମୋହନ ସାହୁ, ଶିବଚରଣ ମହାନ୍ତି ପ୍ରମୁଖ ଲୋକନାଥଙ୍କ ପରିବାରକୁ ସାନ୍ତ୍ୱନା ଦେବାସହ ମର ଶରୀରରେ ମାଲ୍ୟାର୍ପଣ କରିଥିଲେ । ଲୋକନାଥଙ୍କ ବିୟୋଗରେ ଗୌରୀଶଙ୍କର ସିଂହାରୀ, ବିଶ୍ୱଜିତ ମିଶ୍ର, ଜୋତିର୍ବିଦ ଉଦୟନାଥ କରଶର୍ମା, ମନୋରଞ୍ଜନ ସାହୁଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କହିଛନ୍ତି । ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ପୁତ୍ର ମାରୁତି ନନ୍ଦନ ଓ ଝିଅ ମୁଖାଗ୍ନି ଦେଇଥିଲେ । ମହାପ୍ରଭୁ ତାଙ୍କ ପରିବାରକୁ ସହାୟ ହୁଅନ୍ତୁ ବୋଲି ସମାଜସେବୀ ପ୍ରଦିପ୍ତ ଦାଶ, ହରେକୃଷ୍ଣ, ଚିତ୍ତରଞ୍ଜନ ଦାଶ, ମୋହନ ପାସୋରିଆ, ଲଲାଟେନ୍ଦୁ ହୋତା କହିଛନ୍ତି ।