ଯୁବକ ନିଖୋଜ, ଥାନାରେ ଏତଲା
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଳଭଦ୍ରପୁର ପଂଚାୟତ ବାଲିପାଟଣା ଗ୍ରାମର ମନୋଜ କୁମାର ଦାଶ ରାଜନଗର ବଜାରରେ କାମ କରନ୍ତି ଓ କିନ୍ତୁ ଗତ ୧୭ ତାରିଖ ଠାରୁ ତାଙ୍କର କୌଣସି ପତ୍ତା ମିଳୁନାହିଁ ଓ ବହୁ ଖୋଜା ଖୋଜି ପରେ କୌଣସି ସନ୍ଧାନ ନମିଳିବାରୁ ପରିବାର ଲୋକ ଓ ପଂଚାୟତ ବାସୀ ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି ଓ ଏ ସମ୍ପର୍କରେ ରାଜନଗର ଥାନାରେ ଲିଖିତ ଏତଲା ଦିଆଯାଇଛି ଓ କେହି ଅପହରଣ କରିଥିବା ସନେ୍ଦହ କରାଯାଉଛି । ରାଜନଗର ଥାନା ପୁଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି । ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା ପୁଲିସ ଉପଯୁକ୍ତ ତଦନ୍ତ କରି ନିଖୋଜ ମନୋଜକୁ ଠାବ କରିବା ପାଇଁ ଅନୁରୋଧ କରିଛନ୍ତି ।