କାର୍ଯ୍ୟକ୍ଷମ ହେବ ‘ସ୍ୱତନ୍ତ୍ର ଟ୍ରାଫିକ୍ ୱିଙ୍ଗ’
ଭୁବନେଶ୍ୱର: ଟ୍ରାଫିକ ସମସ୍ୟାକୁ ଦୂରୀଭୂତ କରିବା ପାଇଁ ରାଜ୍ୟରେ ‘ପୂର୍ଣ୍ଣକାଳୀନ ସ୍ୱତନ୍ତ୍ର ଟ୍ରାଫିକ୍ ୱିଙ୍ଗ’ କାର୍ଯ୍ୟ କରିବ । ପୁଲିସ ଡିଜିଙ୍କ ଅଧୀନରେ ଏହା ରହିବ । ଏହାଛଡ଼ା ସାଇବର ଥାନା ସଂଖ୍ୟା ୩୪କୁ ବୃଦ୍ଧି କରିବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍ୱତନ୍ତ୍ର ଟ୍ରାଫିକ ୱିଙ୍ଗ ନିମନ୍ତେ ଅତିରିକ୍ତ ୧୯୯୬ଟି ନୂଆ ପଦବୀ ଏବଂ ରାଜ୍ୟରେ ଅଧିକ ୨୦ଟି ସାଇବର ଥାନା ନିମନ୍ତେ ଅତିରିକ୍ତ ୯୮୭ଟି ନୂଆ ପଦବୀକୁ ସରକାର ଅନୁମତି ଦେଇଥିବା ଜଣାପଡ଼ିଛି । ନୂଆ ଟ୍ରାଫିକ୍ ୱିଙ୍ଗରେ ରାଜପଥ ପାଟ୍ରୋଲିଂ, ଭୁବନେଶ୍ୱରସ୍ଥିତ ଅର୍ବାନ ପୁଲିସ ଆଣ୍ଡ ଟ୍ରାଫିକ ପ୍ରଶିକ୍ଷଣ କେନ୍ଦ୍ର, ଇର୍ମଜେନ୍ସ ରେସପନ୍ସ ଆଣ୍ଡ ସପୋର୍ଟ ସିଷ୍ଟମ(ଇଆରଏସଏସ) ଏବଂ ପିଏସଏପି ରହିବ ।