ଦୁର୍ଘଟଣାରେ ୨ ଆହତ, ୧ ମୃତ 

 ଛତ୍ରପୁର  : ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ନିକଟରେ ଏକ ଟ୍ରକ ସହ ସ୍କୁଟି ଧକ୍କା ହେବାଫଳରେ ଦୁଇ ଛାତ୍ରୀ ଗୁରୁତର ହୋଇ ଚିକିସôାଧିନ ଅବସ୍ଥାରେ ଜଣକର ମୃତୁ୍ୟ ଘଟିଛି । ମୃତକ ଜଣକ ହେଲେ କେନ୍ଦୁଝର ଅଞ୍ଚଳର ସୁଚିସ୍ମିତା ପହୀ । ସୂଚନା ଥାଉକି କେନ୍ଦୁଝର ଅଞ୍ଚଳର ଦୁଇ ଛାତ୍ରୀ ବ୍ରହ୍ମପୁରରେ ରହି ବିଇଡି କରୁଥିବା ବେଳେ ସେମାନେ ଏକ ସ୍କୁଟି ଦ୍ୱାରା ତାମ୍ପରା ବୁଲିବାକୁ ଆସୁଥିବା ବେଳେ ଏକ ଟ୍ରକ ସହ ଧକ୍କା ହୋଇ ଦୃର୍ଘଟଣାର ଶିକାର ହୋଇଥିଲେ  । ଏହି ଦୃର୍ଘଟଣାରେ ମୋନାଲିସା ସିଂ ଓ ସୁଚିସ୍ମିତା ପହୀ ଗୁରୁତର ଆହାତ ହୋଇ ପ୍ରଥମେ ଛତ୍ରପୁର ମେଡିକାଲ ପରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର ହୋଇଥିଲେ  । ଚିକିସôାଧିନ ଅବସ୍ଥାରେ ସୁଚିସ୍ମିତା ପହୀଙ୍କ ମୃତୁ୍ୟ ହୋଇଥିଲା  । ଦୃର୍ଘଟଣା ଗସ୍ତ ସ୍କୁଟି ଓ ଟ୍ରକକୁ ଛତ୍ରପୁର ପୁଲିସ ଜବତ କରି ତଦନ୍ତ ଜାରି ରଖିଛି  । ରଙ୍ଗ ସାଇଡ ରାସ୍ତାରେ ସ୍କୁଟି ଧରି ଦୁଇ ଛାତ୍ରୀ ଯାଉଥିବାରୁ ଏହି ଦୃର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।