ଯୁବକ ବିୟୋଗରେ ଶୋକ

 ସାଲେପୁର: ରୋଧପୁର ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି । କିଛି ଦିନ ହେବ ରୋଗାଗ୍ରସ୍ତ ହୋଇ ଚିକିତ୍ସିତ ହେଉଥିବା ଜନୈକ ଯୁବକର ମୃତୁ୍ୟ ହୋଇଥିବା ଜଣାଯାଇଛି । ତାଙ୍କର ମୃତୁ୍ୟରେ ରୋଧପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରକାଶ ଯେ ରୋଧପୁର ଗ୍ରାମର ସ୍ୱର୍ଗତ ରବିନ୍ଦ୍ର ଦାସଙ୍କ ପୁତ୍ର ଜୀବନଜ୍ୟୋତି ଦାସ କିଛି ଦିନ ହେବ ଅସୁସ୍ଥ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବାବେଳେ, ତାଙ୍କର ଅଧିକ ଚିକିତ୍ସା ପାଇଁ ବମ୍ବେ ପଠାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିବା ଜଣାଯାଇଛି । ତାଙ୍କର ମୃତୁ୍ୟ ଖବର ପ୍ରଚାରିତ ହେବାପରେ ରୋଧପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସେ ରୋଧପୁର ଗ୍ରାମରେ ମା’ଶାରଳା ପୂଜା କମିଟିର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ସେ ଜଣେ ପରୋପକାରୀ ଯୁବକ ଥିଲେ । ତାଙ୍କର ବିୟୋଗରେ ଶାରଳା ପୂଜା କମିଟି ପକ୍ଷରୁ ସଭାପତି ଜୟନ୍ତ ଦାସ, ସଂଜୟ ନାୟକ, ସାମ୍ବାଦିକ ହୃଷିକେଶ ମଲ୍ଲିକ, କବି ପ୍ରସନ୍ନ ମିଶ୍ର, ବିଜୟ କେତନ ଦାସ, ମନ୍ମଥ ଦାସ, ଗୋଲଖ ଚନ୍ଦ୍ର ପଣ୍ଡା, ସମାଜସେବୀ ଗୋଲଖ ପରିଡ଼ା, ଗୁଲରେଜ ଅଲ୍ଲୀ, ସରପଞ୍ଚ ପବିତ୍ର ସାମଲ, ବାମଦେବ ସ୍ୱାଇଁ, ବିନୋଦ ମଲ୍ଲିକଙ୍କ ସମେତ ଗ୍ରାମର ବହୁ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।