ଗଞ୍ଜେଇ ଜବତ, ୫ ଗିରଫ
କଟକ : କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ କେନାଲ ରୋଡ଼ ଠାରେ ଚଢ଼ାଉ କରି ୨୪କେଜି ଗଞ୍ଚେଇ ସହ ଗୋଟିଏ ଧଳା ମହିନ୍ଦ୍ରା ବୋଲେରୋ (ଓଡ଼ି୦୫ଏଏଲ୬୦୦୮)କୁ ଜବତ କରିଛି । ଏହି ଘଟଣାରେ ପୁଲିସ ୫ ଜଣ ଗଞ୍ଚେଇ ବେପାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଲିଟୁ ସ୍ୱାଇଁ (୨୮), ବିନୋଦ ସେଠୀ (୩୪), ପ୍ରମୋଦ ପାତ୍ର (୩୦), ଚନ୍ଦନ ପାତ୍ର (୨୫) ଓ ଅଜୟ ମୂଳିଆ (୩୫) । ଏହି ଚଢ଼ାଉରେ ଅବକାରୀ ଏଏସଆଇ କିଶୋର ରାଉତ, କନେଷ୍ଟବଳ ସଂଜୟ ଦାସ, କନେଷ୍ଟବଳ ପ୍ରକାଶ ଶତପଥି, ମହିଳା ସିପାହୀ ସୁନାବତୀ ବରିହା ପ୍ରମୁଖ ସାମିଲ ହୋଇଥିଲେ । ଜବତ ଗଞ୍ଚେଇ ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳରୁ ଚାଲାଣ ହେଉଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।