ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର


 ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ବର୍ତ୍ତନା ଉପକଣ୍ଠ ସାତପଉଟିଆ ଗାଁରେ ଘରପଛପଟ ବାଡ଼ିରେ ଥିବା ଏକଗଛରୁ ଜନୈକ ଯୁବକଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ସକାଳ ୭ଟା ସମୟରେ ଦେଖିବାପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଛନ୍ତି । ମୃତକ ଜଣକ ହେଉଛନ୍ତି ସାତପଉଟିଆ ଗାଁର ସ୍ୱର୍ଗତ ରୁହ୍ୟା ସିଂର ପୁଅ ପ୍ରଦୀପ ସିଂ । ମଙ୍ଗଳବାର ସକାଳେ ପ୍ରଦୀପଙ୍କ ଝୁଲନ୍ତା ମୃତଦେହ ଘର ପଛପଟ ବାଡ଼ିରେ ଥିବା ଏକ ଗଛରେ ଦେଖିବାପରେ ପରିବାରବର୍ଗ ଦୁଃଖରେ ଭାଙ୍ଗିପଡିଥିଲେ । ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ପ୍ରଦୀପ ବେକରେ ଫାସୀ ଦେଇ ଆତ୍ମହତ୍ୟା କରିଥିବା ନେଇ ଅନୁମାନ କରାଯାଉଛି । ସାତପଉଟିଆ ଗାଁରେ ଯୁବକଙ୍କ ଝୁଲନ୍ତା ମୃତଦେହ ବାବଦରେ ଖବର ଆସିଥିବା ପରେ ପୁଲସି ତଦନ୍ତ ଆରମ୍ବ କରିଥିବା ନେଇ ବୈଶିଙ୍ଗା ଥାନା ଆଇଆଇସି ବାରିଣୀ ଦାସ ସୂଚନା ଦେଇଛନ୍ତି ।