ହଟୁନି ତାର; ଖୋଲୁନି ଅଙ୍ଗନବାଡି କେନ୍ଦ୍ର


ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା: ଉପରୁ୧୧/୩୩ କେଭି ବିଦୁ୍ୟତ ତାର ହଟୁନି କି ଅଙ୍ଗନବାଡି କେନ୍ଦ୍ର ଖୋଲୁନି । ବାରମ୍ବାର ଦୃଷ୍ଟି ଆକର୍ଷଣ ପରେ ବି ଚେତୁନି ବିଦୁ୍ୟତ ବିଭାଗ । ଫଳରେ ଦୀର୍ଘ ୪ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଉକ୍ତ କେନ୍ଦ୍ରରେ ତାଲା ଝୁଲୁଥିବା ବେଳେ କେନ୍ଦ୍ର ଛାଡି ଏଣେ ତେଣେ ପଢୁଛନ୍ତି ୨୧ ଅଙ୍ଗନୱାଡି ଶିଶୁ । ଏମିତି ଏକ ବ୍ୟତିକ୍ରମ ରସୁଲପୁର ବ୍ଲକ ଅଧିନ ବ୍ରହ୍ମବରଦା ପଞ୍ଚାୟତ ବେଲଗୁଡି ଗ୍ରାମର ୩ନଂ  କେନ୍ଦ୍ର କ୍ଷେତ୍ରରେ ଦେଖିବାକୁ ମିଳିଥିଲା । ଏନେଇ ନେଇ "ଅଙ୍ଗନାଡ଼ି କେନ୍ଦ୍ର ଉପରେ ଝୁଲୁଛି ୧୧କେଭି ତାର’ ଶୀର୍ଷକ ଖବର ‘ସୂର୍ଯ୍ୟପ୍ରଭା’ରେ ବାରମ୍ବାର ପ୍ରକାଶ ପାଇବା ପରେ ଟାଟା ପକ୍ଷରୁ ଉକ୍ତ ଅଙ୍ଗନବାଡି କେନ୍ଦ୍ର ଉପରୁ ଉଚ୍ଚ କ୍ଷମତା ସମ୍ପନ୍ନ ୧୧/୩୩ କେଭି ତାର ହଟାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । କିନ୍ତୁ ଦୁଃଖର କଥା କାର୍ଯ୍ୟ ଆରମ୍ଭର ୧୫ଦିନ ବିତିଯାଇଥିଲେ ମଧ୍ୟ ୧୧/୩୩ କେଭି ତାର ଆଜି ପର୍ଯ୍ୟନ୍ତ ଉଠିପାରିଲା ନାହିଁ । ବିଭାଗ ଉକ୍ତ ସ୍ଥାନରେ କେବଳ ଦୁଇ ଗୋଟି ଖୁଣ୍ଟ ପୋତି ଦେଇ ନିଜ ଦାୟିତ୍ୱ ସାରି ଦେଇଥିବା ବେଳେ ଉଚ୍ଚ କ୍ଷମତା ସମ୍ପନ୍ନ ତାରକୁ ହଟାଇବା କଥା ଭୁଲି ଯାଇଛି । ଫଳରେ ଅଙ୍ଗନୱାଡି କେନ୍ଦ୍ରର ଶିଶୁମାନେ ପୂର୍ବବତ ଆଜି ପର୍ଯ୍ୟନ୍ତ ଏଣେ ତେଣେ ପଢୁଛନ୍ତି ଓ ହନ୍ତସନ୍ତ ହେଉଛନ୍ତି । ଏନେଇ ବ୍ରହ୍ମବରଦା ବିଦୁ୍ୟତ ବିଭାଗ କନିଷ୍ଠ ପରିଚାଳକ ଯନ୍ତ୍ରୀ ସେକଇବ୍ରାର ଅଲ୍ଲୀଙ୍କୁ ପଚାରିବାରୁ ଆଉ ପାଞ୍ଚ/ଛଅ ଦିନ ମଧ୍ୟରେ ଉକ୍ତ ତାରକୁ ହଟାଇ ଦିଆଯିବ ବୋଲି ସେ କହିଥିଲେ । ତେଣୁ ତୁରନ୍ତ ଉକ୍ତ୧୧/୩୩ କେବି ତାରକୁ ଅଙ୍ଗନବାଡି ଉପରୁ ହଟାଇବା ପାଇଁ ଅଙ୍ଗନବାଡ଼ି କର୍ମୀ ଓ ଅଭିଭାବକ ଦାବି କରିଛନ୍ତି ।