ଯୁବସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ
ାା ପ୍ରଭାନୁ୍ୟଜ ।ା ଯାଜପୁରଟାଉନ : ଯୁବପିଢୀଙ୍କ ମଧ୍ୟରେ ଭୟଙ୍କର ଭାବେ ବଢ଼ି ଚାଲିଥିବା ନିଶା ସେବନର ଅଭ୍ୟାସକୁ ପ୍ରତିହତ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲା ପ୍ରଶାସନ ଯାଜପୁର ପକ୍ଷରୁ ଯୁବସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ଆରମ୍ଭ କରାଯାଇଛି । ଜିଲ୍ଲାସ୍ତରରେ ଚାଲିଥିବା ଏବଂ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖକୁ ଚୂଡ଼ାନ୍ତ କରି ଜିଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା ମୁଖ୍ୟ ଚିକିସôାଧିକାରୀଙ୍କ ସହ ଜନ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ତମାଖୁର କୁପ୍ରଭାବ, ଏହାର ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ଜାତୀୟ ସ୍ତରରେ ଥିବା ଆଇନ୍ ବ୍ୟବସ୍ଥା ଏବଂ ଯୁବସମାଜ ଉପରେ ତମାଖୁର ଖରାପ ପ୍ରଭାବ ଉପରେ ଆଲୋଚନା କରାଯାଇଥିଲା । ଜିଲା ତମାଖୁ ନିୟନ୍ତ୍ରଣ ବିଭାଗ ତରଫରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ, ଆଗାମୀ ଦିନର ଯୋଜନା ଏବଂ ତମାଖୁ ନିୟନ୍ତ୍ରଣ ଦିଗରେ ବିଭିନ୍ନ ବିଭାଗର ଦାୟିତ୍ୱ ଉପରେ ତଥ୍ୟ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ତମାଖୁ ସେବନର ଭୟାବହତା ସମ୍ପର୍କିତ ବ୍ୟାନର ଓ ପୋଷ୍ଟର ମରାଯିବା ସହ, ଅଭିଭାବକ ମାନଙ୍କୁ ସଚେତନ କରାଯାଇ ପିଲାମାନଙ୍କୁ ନିଶା ସେବନରୁ ନିବୃତ ରଖିବାକୁ ହୋଇଥିବା ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଉପସ୍ଥିତ ଅଧିକାରୀମାନେ ଜୋର୍ ଦେଇଥିଲେ । ଗତକାଲି ଅପରାହ୍ନରେ ଜିଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ସଭାପତିତ୍ୱରେ ଆଉ ଏକ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ୨୦୨୪-୨୫ର ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଅନଷ୍ଠିତ ହୋଇଯାଇଅଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିସôାଧିକାରୀ ଡ.ଶିବାଶିଷ ମହାରଣା, ଜିଲା ମୁଖ୍ୟ ଚିକିସôା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ, ଡ.ଶିବପ୍ରସାଦ ସାହୁ, ଅତିରିକ୍ତ ଜିଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, ଲେପ୍ରସୀ, ଡ. ରମେଶ ଚନ୍ଦ୍ର ମଲ୍ଲିକ,ଏଡିପିଏଚଓ, ଡିସି, ଡ. ପ୍ରଦୀପ୍ତ କୁମାର ସାହୁ, ଏଡିପିଏଚଓ, ଭିବିଡି, ଭାରପ୍ରାପ୍ତ ଔଷଧ ନିରୀକ୍ଷକ ସଞ୍ଜୟ କୁମାର ହାଁସଦା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଆରକ୍ଷୀ ଅଧିକ୍ଷକ ଅବକାରୀ ବିଭାଗ, ମଙ୍ଗଳପୁର, ଦାନଗଦି, କୋରେଇ, ରସୁଲପୁର, ଧର୍ମଶାଳା, ସୁକିନ୍ଦା, ଏବଂ ବଡ଼ଚଣା ବ୍ଲକର ଚିକିସôାଧିକାରୀମାନେ ଯୋଗ ଦେଇଥିଲେ । ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଚଳିତ ମାସ ୧୮ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ଉପରୋକ୍ତ ୭ଟି ବ୍ଲକରେ ଚାଲିବାକୁ ଯାଉଥିବାର ଜିଲାପାଳ ବ୍ୟାପକ ଜନ ସଚତନତା ଉପରେ ଜୋର୍ ଦେବା ସହ ଏଥିସହ ସଂପୃକ୍ତ ଲକ୍ଷଣମାନ ଦେଖାଦେଲେ ନିକଟସ୍ଥ ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ କିମ୍ବା ଡାକ୍ତରଖାନା ସହ ଯୋଗାଯୋଗ କରିବାପାଇଁ ଜଣାଇଥିଲେ । ଅଭିଯାନ କାର୍ଯ୍ୟରେ ବିଭିନ୍ନ ବିଭାଗର ଅଧିକାରୀମାନେ ସମନ୍ୱୟ ଓ ସହଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଆଶାକର୍ମୀମାନେ ଘରକୁ ଘର ବୁଲି ସର୍ଭେ କରିବେ । ବୈଠକରେ ଡ.ସତ୍ୟନାରାୟଣ ତ୍ରିପାଠୀ ବିବରଣୀ ପାଠ କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।