ବାରୁଣୀ ମେଳା କରିବାକୁ ପ୍ରଶାସନ ପଦକ୍ଷେପ ନେଉ

 ଯାଜପୁର ଟାଉନ: ପୁଣ୍ୟତୋୟା ବୈତରଣୀ ନଦୀରେ ପ୍ରସିଦ୍ଧ ବାରୁଣୀ ସ୍ନାନ ଆସନ୍ତା ୨୭ତାରିଖ ଦିନ ପଡୁଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁ ଯୋଗଦେବେ । ଏହି ପୁଣ୍ୟତୋୟା ବୈତରଣୀ କୂଳରେ ବାରୁଣାସ୍ନାନ ସହ ପିତୃ ପୁରୁଷଙ୍କ ଉଦେ୍ଦଶ୍ୟରେ ପିଣ୍ଡଦାନ କରାଯାଏ । ବାରୁଣୀ ସ୍ନାନ, ମହାବାରୁଣୀ ଓ ମହାମହା ବାରୁଣୀ ତିଥି ନକ୍ଷେତ୍ର ଓ ଯୋଗ ଅନୁଯାୟୀ ବିଭିନ୍ନ ବର୍ଷ ମାନଙ୍କରେ ପଡିଥାଏ । ଚଳିତବର୍ଷ କେବଳ ବାରୁଣୀସ୍ନାନ ଥିବାରୁ ବହୁ ଲୋକ ସମାଗାମ ହେବାର ଆଶା କରାଯାଉଛି । ବାରୁଣୀ ମେଳା ଅତୀତରେ ୧୨ଦିନ ଧରି ବୈତରଣୀ ପଠାରେ ଆୟୋଜନ କରାଯାଏ । ଏଥିରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ବିଶେଷ କରି ଯାଜପୁର ପୌରପାଳିକାର ସମସ୍ତ ତତ୍ୱାବଧାନରେ ଆୟୋଜନ କରାଯାଇଥାଏ । ଗତ କରୋନା ମହାମାରୀ ସମୟ ଠାରୁ ପରବର୍ତି ବିଗତ କିଛିବର୍ଷ ଧରି ବାରୁଣୀ ମେଳା ହେଉ ନଥିବାରୁ ଯାଜପୁର ସହରବାସୀଙ୍କ ସହ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ଦେଇଛି । ଏଣୁ ଚଳିତ ବର୍ଷ ବାରୁଣୀ ସ୍ନାନକୁ ସୁ·ରୁ ରୂପେ ସମ୍ପାଦନ କରାଯିବା ସହ ବାରୁଣୀମେଳା ବାରୁଣୀ ପଡିଆ ସଂଲଗ୍ନ ସ୍ଥାନରେ ଆୟୋଜନ କରାଯିବାକୁ ଯାଜପୁର ପୌରପାଳିକା ତଥା ଯାଜପୁର ଜିଲ୍ଲା ପ୍ରଶାସନକୁ ବିରଜାକ୍ଷେତ୍ର ବିକାଶ ପରିଷଦ ତଥା ବରାହଜୀଉଙ୍କ ସେବାୟତଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।