ନିଖୋଜ ଯୁବକର ପତ୍ତା ମିଳୁନି

 ବିଞ୍ଝାରପୁର : ଧରମପୁର ଗ୍ରାମର ଶ୍ୟାମ ସୁନ୍ଦର ଓଝାଙ୍କ ଏକ ମାତ୍ର ପୁଅ ସରୋଜ (୩୦) ବାମଦେବ ପୁରଗ୍ରାମର ବିନୋଦ ବିହାରୀ ରଣାଙ୍କ ସହିତ ଜୀବିକା ଅନ୍ୱେଷଣରେ ଗୋଆ ଯାଇଥିଲେ । କିନ୍ତୁ ସେଠି ସରୋଜ ଆଉ ବିନୋଦଙ୍କ ମଧ୍ୟରେ ତାଳମେଳ ଠିକ୍ ପାଇନଥିଲା । ଯେଉଁଥି ପାଇଁ ବାଧ୍ୟ ହୋଇ ଘରକୁ ଫେରି ଆସିବାକୁ ସ୍ଥିର କରିଥିଲେ ସରୋଜ । ଫେବୃଆରୀ ୧୧ତାରିଖରେ ଘରକୁ ଆସୁଥିବା କହିଥିଲେ ମଧ୍ୟ ଘରେ ପହଁଚିନଥିଲେ । ଏନେଇ ବିଞ୍ଝାରପୁର ଥାନାରେ ସରୋଜଙ୍କ ବାପା ଶ୍ୟାମସୁନ୍ଦର ଏକ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ନିଖୋଜର ମାସେ ପରେ ବି ମିଳୁନି ସରୋଜଙ୍କ ପତା । ସମସ୍ତ ପ୍ରକାର ଚେଷ୍ଟା ପରେ ବି ବିଞ୍ଝାରପୁର ପୁଲିସ୍ ନିରାଶ ହୋଇ ବସିଛି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମର ବିନୋଦ ବିହାରୀ ଏବଂ ଅନ୍ୟ ଜଣଙ୍କୁ କିଛି ଦିନ ହେବ ଥାନାକୁ ଡକାଇ ପୁଲିସ୍ ପଚରା ଉଚରା କରୁଥିବା ବେଳେ ତାଙ୍କ ଠାରୁ ସେଭଳି କୌଣସି ସନ୍ତୋଷ ଜନକ ଉତର ମିଳି ନଥିବା ଜଣାପଡିଛି । ଅନ୍ୟପଟେ ପୁଅକୁ ଫେରି ପାଇବା ଆଶାରେ ବାରମ୍ବାର ଥାନାକୁ ଦୌଡୁଛନ୍ତି ସରୋଜଙ୍କ ପରିବାର । ପୁଲିସ୍ ତଦନ୍ତରେ ସରୋଜ କେବେ ମିଳୁଛି ତାକୁ ସମସ୍ତଙ୍କ ଅପେକ୍ଷା । ଯଦି କେହି ସହୃଦୟ ବ୍ୟକ୍ତି ସରୋଜଙ୍କ ପତା ପାଆନ୍ତି ତେବେ୯୫୫୬୫୩୩୧୦୮ ନମ୍ୱର୍ରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ।