ଯୁବକଙ୍କୁ ଆକ୍ରମଣ ସହ ଲୁଟ୍; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୦ା୧ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ବେକରୁ ସୁନା ଚେନ୍ ଲୁଟ୍ କରି ଫେରାର ହୋଇଯାଇଛନ୍ତି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଶୌଳଶ୍ରୀବିହାର ଫେଜ୍-୨ର ଦେବାଶିଷ ନାୟକ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀଙ୍କ ପୁଅ ଆହତ ସଂଗ୍ରାମ ସିଙ୍ଗ୍, ଶୌଳଶ୍ରୀବିହାର ହନୁମାନ ମନ୍ଦିର ନିକଟରେ ଥିବା କଳିଙ୍ଗ ୟୁଥ୍ କ୍ଲବ୍ର କେୟାର ଟେକର ଭାବରେ କାମ କରନ୍ତି । ଗତ ୨ ତାରିଖ ମଧ୍ୟ ରାତ୍ରି ପ୍ରାୟ ୧୨.୩୦ରେ ସଂଗ୍ରାମ ଉକ୍ତ କ୍ଲବରେ ଥିବା ସମୟରେ ଅଭିଯୁକ୍ତ ଦେବାଶିଷ ତାର କିଛି ସହଯୋଗୀଙ୍କ ସହିତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ସଂଗ୍ରାମଙ୍କୁ ଗାଳି ଗୁଲଜ କରି ଆକ୍ରମଣ କରିଥିଲେ । ଏହି ସମୟରେ ସଂଗ୍ରାମ ଚିକ୍ରାର କରିବାରୁ ଅଭିଯୁକ୍ତ ମାନେ ତାଙ୍କ ବେକରୁ ସୁନା ଚେନ୍ ଛଡାଇ ନେଇ ଫେରାର ହୋଇଯାଇଥିଲେ । ଫଳରେ ସଂଗ୍ରାମଙ୍କ ଗୋଡଟି ଭାଙ୍ଗିଜିବା ସହ ସେ ହସ୍ପିଟାଲରେ ଚିକିତ୍ସିତ ହେବା ସହ ତାଙ୍କ ମାଆ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।