ଶାଶୁଙ୍କୁ କୁକର୍ମ ଉଦ୍ୟମ ; ଜ୍ୱାଇଁ ଗିରଫ

ଭୁବନେଶ୍ୱର, ୨୧ା୬ : ସ୍ତ୍ରୀର ମୃତୁ୍ୟ ପରେ ୯ ବର୍ଷର ଝିଅକୁ ନେବାକୁ ଭୁବନେଶ୍ୱର ଆସିଥିବା ବାପା କୁକର୍ମ ଉଦ୍ୟମ ଅଭିଯୋଗରେ ଜେଲ ଗଲେ । ସେ ଘରେ ପଶି ଶାଶୁଙ୍କୁ କୁକର୍ମ ଉଦ୍ୟମ କରିଥିବା ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୁଲିସ ୩୩୭ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଦଫା ୩୪୧,୩୨୩,୨୯୪,୩୫୪(ଏ),୫୦୬ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ, ପ୍ରତୀକ୍ ଅଗ୍ରୱାଲ୍ ।
ସୂଚନାଯୋଗ୍ୟଯେ, ଅଭିଯୁକ୍ତ ପ୍ରତୀକ୍ ଅଗ୍ରୱାଲ ହେଉଛନ୍ତି ପୀଡ଼ିତାଙ୍କ ଜ୍ୱାଇଁ । ଗତ ଏପ୍ରିଲ ମାସ ୨୧ ତାରିଖରେ ଅଭିଯୁକ୍ତଙ୍କ ପତ୍ନୀ ତଥ୍ର ପିଡ଼ିତାଙ୍କ ଝିଅଙ୍କର କ୍ୟାନ୍ସର ରୋଗରେ ଗତ ୧ ବର୍ଷ ହେବ ଦେହାନ୍ତ ଘଟିଥିଲା । ଅଭିଯୁକ୍ତଙ୍କ ଏକ ୯ ବର୍ଷର ଝିଅ ମଧ୍ୟ ରହିଛି । ଗତ ୧୪ ତାରିଖରେ ପିଡ଼ିତା ନିଜ ନାତୁଣୀକୁ ଦେଖା କରିବାକୁ ଅଭିଯୁକ୍ତ ରହୁଥିବା ଲକ୍ଷ୍ମୀସାଗର ଆଶିଷ ଆପାର୍ଟମେଣ୍ଟକୁ ଯାଇଥିଲେ । ପରେ ଗତ ୧୯ ତାରିଖରେ ଅଭିଯୁକ୍ତ ତାଙ୍କୁ ଆଗରୁ ଦେଇଥିବା ୧୦ ଲକ୍ଷ ଟଙ୍କା ଫେରାଇବା ଲାଗି କହିଥିଲେ । ହେଲେ ପିଡ଼ିତା ଟଙ୍କା ଫେରାଇବାକୁ ଅକ୍ଷମତା ପ୍ରକାଶ କରିବାରୁ, ଅଭିଯୁକ୍ତ ଜ୍ୱାଇଁ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ସେ ଶୋଇଥିବା ସମୟରେ ତାଙ୍କ ସହିତ ବଳପୂର୍ବକ କୁକର୍ମ କରିବାକୁ ଉଦ୍ୟମ କରିଥିଲେ । ସେତିକି ବେଳେ ପିଡ଼ିତା ଶାଶୁ ଏହାର ବିରୋଧ କରିବାରୁ ଅଭିଯୁକ୍ତ ତାଙ୍କୁ ଏକ ଲୁହା ଛଡ଼ ଏବଂ ଏକ ଛୁରୀ ସାହାର୍ଯ୍ୟରେ ଆକ୍ରମଣ କରିବାକୁ ପ୍ରୟାସ କରିଥିଲେ । ସେତିକି ବେଳେ ପିଡ଼ିତା ଜଣକ କୌଶଳ କ୍ରମେ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ, ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି k