ଡକାୟତି ଯୋଜନା ପଣ୍ଡ; ୪ ଗିରଫ, ମାଣାସ୍ତ୍ର ଜବତ

ଭୁବନେଶ୍ୱର, ୧୦ା୧ : ବିଳମ୍ବିତ ରାତିରେ ଝାରପଡ଼ା ମେଳଣ ପଡ଼ିଆରେ କିଛି ଅଭିଯୁକ୍ତ ଏକତ୍ରିତ ହୋଇ ଅଞ୍ଚଳରୁ ଡକାୟତି ଯୋଜନା ଚଳାଇଥିବା ବେଳେ, ମାଡି ବସିଲା ଲକ୍ଷ୍ମୀସାଗର ଥାନାର ପେଟ୍ରୋଲିଂ ଟିମ । ଘଟଣା ସ୍ଥଳରୁ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଜଣେ ଫେରାର ହୋଇଯାଇଥିଲା । ଫଳରେ ପୁଲିସ ଟିମ ୪ ଜଣଙ୍କୁ ଧରିବା ସହ ସେମାନଙ୍କ ଠାରୁ ମାରଣାସ୍ତ୍ର, ଲଙ୍କାଗୁଣ୍ଡ, ମଦ ବୋତଲ, ୨ଟି ବାଇକ ଓ ଟ୍ରଚ୍ ଲାଇଟ୍ ଜବତ କରାଯାଇଛି । ଗିରଫ ୪ ଅଭିଯୁକ୍ତ ହେଲେ, ପୁରୁଣା ଷ୍ଟେସନ ବଜାର ଅଞ୍ଚଳର ଏନ୍ ନଗେସ୍, ଏଲ୍ ପ୍ରଭାସ, ଏ ବିଷ୍ଠୁ ଓ ଶ୍ରୀକାନ୍ତ ବାରିକ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟ ଯେ, ଗତକାଲି ତଥା ୯ ତାରିଖ ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ସମ୍ପୃକ୍ତ ଥାନାର ଏକ ପୁଲିସ ଟିମ ଥାନା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ୫ରୁ ୬ ଜଣ ଅଭିଯୁକ୍ତ ଝାରପଡ଼ା ମେଳଣ ପଡ଼ିଆ ପଛ ପାଶ୍ୱର୍ରେ ଥିବା କଂସେଇ ଖାନା ନିକଟରେ ଏକତ୍ରିତ ହୋଇ ଡକାୟତି ଯୋଜନା ଚଳାଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ । ସୂଚନା ଆଧାରରେ ପୁଲିସ ଟିମ ଆବଶ୍ୟକୀୟ ପଦକ୍ଷେପ ନେବା ସହ ତୁରନ୍ତ ଘଟଣା ସ୍ଥଳକୁ ଯାଇ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଟିମ ୪ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିବା ବେଳେ ବାକି ଜଣେ ଅଭିଯୁକ୍ତ ପୁଲିସ ହାତରୁ ଫେରାର ହୋଇଯାଇଥିଲା । ପରେ ସମସ୍ତଙ୍କୁ ଥାନାକୁ ଆଣି ଅଟକରଖି ପଚରାଉଚରା ବେଳେ ଜଣାପଡ଼ିଛି ଏମାନେ ରାତିରେ ଓସ୍କାର ସିଟିରୁ ଡକାୟତି କରିବାକୁ ଯୋଜନା ଚଳାଇଥିଲେ ।