ଯୁବକଙ୍କୁ ନିର୍ମମ ହତ୍ୟା : ଅଭିଯୁକ୍ତ ଅଟକ

ବରଗଡ଼ : ବରଗଡ଼ ଜିଲା ସୋହେଲା ହଳଦୀପାଲି ନିକଟ ପେଟ୍ରୋଲ ପମ୍ପରେ ହତ୍ୟାକାଣ୍ଡ । ପେଟ୍ରୋଲ ପମ୍ପ ପରିସରରେ ହଲଦୀପାଲିର ବଳିଷ୍ଠ ପ୍ରଧାନ ବସିଥିବା ସମୟରେ ତାଙ୍କୁ ଗର୍ଭନା ଗ୍ରାମର ଲିପୁ ସାହୁ ନାମକ ଏକ ଯୁବକ ଟାଙ୍ଗିଆରେ ଆକ୍ରମଣ କରି ନିର୍ମମ ହତ୍ୟା କରିଛନ୍ତି । ଅଭିଯୁକ୍ତଙ୍କୁ ପୋଲିସ ଥାନାରେ ଅଟକ ରଖିଛି । ଅପରପକ୍ଷରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିବା ବେଳେ ସୋହେଲା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛି।