ଆବର୍ଜନାମୟ ପୋଖରୀ ପୁନରୁଦ୍ଧାର ଦାବି

ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର :  ଘଟଗାଁ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ପୋଖରୀ ଗୁଡିକର ସୁରକ୍ଷା ଓ ସଫେଇ ଉପରେ ଦୃଷ୍ଟି ଦିଆଯାଉ ନଥିବାରୁ ପୋଖରୀ ଗୁଡିକ ଆବର୍ଜନାମୟ ହୋଇ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ଯାହାଫଳରେ ନିକଟସ୍ଥ ଅଞ୍ଚଳର ଲୋକମାନେ ସେମାନଙ୍କର ନିତ୍ୟ ବ୍ୟବହାର୍ଜ୍ୟ ଜଳ ପାଇଁ ଦହଗଞ୍ଜ ହେଉଥିବାର ଦେଖାଯାଇଛି । ଅଭିଯୋଗରୁ ପ୍ରକାଶ ଯେ, ପ୍ରତି ଅଂଚଳରେ ବସବାସ କରୁଥିବା ଗରିବ, ମଧ୍ୟବିତ୍ତ ଶ୍ରେଣୀ ଲୋକମାନେ ସାଧାରଣତଃ ନିଜ ନିଜର ପ୍ରତିଦିନ ଆବଶ୍ୟକ ପଡୁଥିବା ବାହ୍ୟବ୍ୟବହୃତ ପାଇଁ ଜଳ ଯଥା -ସ୍ନାନ, ଲୁଗାପଟା ଓ ଅନ୍ୟ ଆସବାବ ସାମଗ୍ରୀ ଧୋଇବା, ଯାନ ଧୋଇବା, ଘର ନିର୍ମାଣରେ ଆବଶ୍ୟକ ଜଳ, ପଶୁ ପକ୍ଷୀ, ସ୍ନାନ, ପ୍ରଭୃତି ସାଙ୍ଗକୁ ଶୁଦ୍ଧି କାର୍ଯ୍ୟ ପ୍ରଭୃତି ପାଇଁ ଏହି ପୋଖରୀ ଗୁଡିକର ଜଳ ବେଶ ସାହାଯ୍ୟ କରିଥାଏ, ହେଲେ ପୋଖରୀ ଗୁଡିକର ସୁରକ୍ଷା, ମରାମତି ତଥା ପୁନଃଉଦ୍ଧାର ଉପରେ ଗୁରୁତ୍ୱ ଦିଆଯାଉନଥିବାରୁ ପୋଖରୀ ଗୁଡିକ ଆବର୍ଜନାମୟ ହୋଇ ବ୍ୟବହାର ଅନୁପଯୋଗୀ ହୋଇପଡିଛି ଏବଂ ଲୋକ ମାନେ ବାଧ୍ୟ ହୋଇ ନିଜ ନିଜର ବାହ୍ୟବ୍ୟବହୃତ ଜଳର ଆବଶ୍ୟକତା ନିମନ୍ତେ ପାନୀୟ ଜଳକୁ ବ୍ୟବହାର କରୁଛନ୍ତି । ଯାହାଫଳରେ ଜିଲ୍ଲାରେ ପାନୀୟ ଜଳର ସମସ୍ୟା ମଧ୍ୟ ଦେଖାଯାଉଛି । ତେଣୁ ଯଦି ପ୍ରତି ଅଞ୍ଚଳରେ ପରିତ୍ୟକ୍ତ ହୋଇ ପଡ଼ିଥିବା ପୋଖରୀ ଗୁଡିକର ପୁନଃରୁଦ୍ଧାର କରାଯାଇ ବ୍ୟବହାର ଉପଯୋଗୀ କରାଯିବା ଉପରେ ଗୁରୁତ୍ୱ ଦିଆଗଲେ ପାନୀୟ ଜଳର ଅପବ୍ୟବହାର ବହୁଳ ଭାବେ ହ୍ରାସ ପାଇ ପାରନ୍ତା ବୋଲି ବୁଦ୍ଧିଜୀବୀ ଓ ଜନସାଧାରଣରେ ଦାବି ହୋଇଛି ।