ରାଜଧାନୀରେ ଚାଲିଛି ମଦ୍ୟପାନ ବିରୋଧରେ ଧରପଗଡ଼

ଭୁବନେଶ୍ୱର, ୨୨ା୬ : ରାଜଧାନୀରେ ଘଟୁଥିବା ବିଭିନ୍ନ ଅପରାଧିକୁ ହ୍ରାସ କରିବାକୁ ସହରର ବିଭିନ୍ନ ଥାନା ଅଞ୍ଚଳରେ ଚାଲିଛି ମଦ୍ୟପାନ, ଖଟି ବିରୋଧରେ ଧରପଗଡ଼ ଅଭିଯାନ । ସବୁଦିନ ଭଳି ଶୁକ୍ରବାର ଗୋଟିଏ ରାତିରେ ଭୁବନେଶ୍ୱରର ବିଭିନ୍ନ ଥାନା ପୁଲିସ ନିଜ ନିଜ ଅଞ୍ଚଳରୁ ୬୦ ଜଣ ଅମାନିଆ ଓ ମଦୁଆଙ୍କୁ ଖଟିରୁ ଉଠାଇ ଥାନାରେ ଅଟକ ରଖିଛି । ସେମାନଙ୍କ ଠାରୁ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।
ସୂଚନାଯୋଗ୍ୟଯେ, ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ଡ଼ିସିପି ପ୍ରତୀକ୍ ସିଂହଙ୍କ ନିଦେ୍ର୍ଦଶ କ୍ରମେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲା ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ ଧରପଗଡ଼ ଅଭିଯାନ କଡାକଡି ଭାବେ କରାଯାଇଛି ।ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାରେ ଥିବା ପ୍ରତ୍ୟେକ ଥାନାର ବଛାବଛା ଅଫିସର, କର୍ମଚାରୀ, ପିସପିଡ଼ି ଓ ଟିମ-୬୦ର ମିଳିତ ପ୍ରୟାସରେ ତଥା, ସମ୍ପୃକ୍ତ ଥାନାର ଆଇଆଇସି ଏବଂ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଧରପଗଡ଼ ଅଭିଯାନ ପରିଚାଳନା ହେଉଥିବା ବେଳେ, ବିଭିନ୍ନ ଥାନା ପରିସର ଅଞ୍ଚଳରେ ଥିବା ସର୍ବସାଧାରଣ ସ୍ଥାନାରେ ମଦ୍ୟପାନ, ବିଭିନ୍ନ ଖଟି,ଆଡା ତଥା ଯାନବାହାନ ଯାଞ୍ଚ କରାଯିବା ସହିତ ଆବସ୍ଥଳେ ଜୋରିମାନା ମଧ୍ୟ ଆଦାୟ କରାଯାଇଅଛି । ଏହି କ୍ରମରେ ଗତ କାଲି ଅବା ଶୁକ୍ରବାର ସନ୍ଧ୍ୟାରେ ଖାରବେଳନଗରଥାନା, ଖଣ୍ଡଗିରି ଥାନା, ଭରତପୁର ଥାନା, କ୍ୟାପିଟାଲ ଥାନା, ନୟାପଲ୍ଲୀ ଥାନା, ଲକ୍ଷ୍ମୀସାଗର ଥାନା, ଏୟାରପୋର୍ଟ ଥାନା, ଲିଙ୍ଗରାଜ ଥାନା, ବଡ଼ଗଡ଼ ଥାନା ଏବଂ ମୈତ୍ରୀବିହାର ଥାନା ତରଫରୁ ବିଭିନ୍ନ ସ୍ଥାନରେ ଧରପଗଡ଼ କରାଯାଇଥିଲା । ଏହି ଧରପଗଡ଼ ଅଭିଯାନ ସମୟରେ ମୋଟ ୬୦ ଜଣ ନିୟମ ଖିଲାଫ କାରୀଙ୍କୁ ଥାନାରେ ଅଟକ ରଖାଯାଇଥିବା ବେଳେ ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଅନୁଯାଇ ମୋଟ ୩୦ ହଜାର ଟଙ୍କା ଜୋରିମାନା ଆକାରରେ ଆଦାୟ କରାଯାଇଛି । ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏହିଭଳି ଧରପଗଡ଼ ଅଭିଯାନ ଆଗକୁ ମଧ୍ୟ ନିୟମିତ ଭାବେ ଜାରିରହିବ ।