ଚୋରା ମୋବାଇଲ ବିକ୍ରି ବେଳେ ୨ ଗିରଫ
ଭୁବନେଶ୍ୱର, ୪ା୧ : ନୀଳାଦ୍ରୀବିହାର ଅଞ୍ଚଳରେ କିଛି ଚୋରା ମୋବାଇଲ ବିକ୍ରି ବେଳେ ଖବର ପାଇ ୨ ଲୁଟେରାଙ୍କୁ ମାଡ଼ି ବସିଲା ଚନ୍ଦ୍ରଶେଖରପୁର ଥାନାର ପେଟ୍ରୋଲିଂ ଟିମ । ସେମାନଙ୍କ ତଲାସି ବେଳେ ପୁଲିସ ଅଭିଯୁକ୍ତଙ୍କ ଠାରୁ ୬ଟି ଚୋରା ମୋବାଇଲ ଜବତ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ, ନୟାଗଡ଼ ଜିଲ୍ଲାର ନୟା ନାୟକ ଓ ଗଞ୍ଜାମ ଜିଲ୍ଲାର ଅର୍ଜୁନ ନାୟକ । ଆଜି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଚନ୍ଦ୍ରଶେଖରପୁର ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଥାନାର ଏକ ସ୍ପେଶାଲ ଟିମ ନିଜ ଥାନା ଅଞ୍ଚଳରେ ପେଟ୍ରୋଲିଂ ଚଳାଇଥିଲେ । ଏହି ସମୟରେ ନୀଳାଦ୍ରୀବିହାର ଅନ୍ତର୍ଗତ ଇଲେକ୍ଟ୍ରିକ ଅଫିସ ପଛ ପାଖରେ କିଛି ଚୋରା ମୋବାଇଲ କମ ଦାମରେ ବିକ୍ରି କରିବା ଲାଗି ଗ୍ରାହକ ଅପେକ୍ଷାରେ ଥିବା ନେଇ, ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ । ଏହି ସୂଚନା ଅଧାରରେ ପେଟ୍ରୋଲିଂ ଟିମ ଘଟଣା ସ୍ଥଳରେ ଅତର୍କିତ ଚଢ଼ାଉ କରି ଉଭୟ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ପରେ ସେମାନଙ୍କ ତଲାସି ବେଳେ ସେମାନଙ୍କ ଠାରୁ ୬ଟି ଦାମି ମୋବାଇଲ ଜବତ କରାଯାଇଥିଲା । ସେମାନଙ୍କୁ ଥାନାକୁ ନେଇ ପଚରାଉଚରା ବେଳେ ଜଣାପଡ଼ିଥିଲା ଅଭିଯୁକ୍ତ ନୟା ନାୟକ ନାମରେ ଚନ୍ଦ୍ରଶେଖରପୁର ଥାନାରେ ୧୬ଟି ମାମଲା ରହିଥିବା ବେଳେ ସହିଦନଗର ଥାନାରେ ଏକ ମାମଲା ରହିଛି । ପରେ ଆଜି ଦୁହିଙ୍କୁ କୋର୍ଟ ଚାଲାଣ କରାଯାଇଛି ।