ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୨୫ା୧୨ : ଯୁବତୀଙ୍କୁ ଜାଲରେ ଫସାଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ସହ ତାଙ୍କର ଅଜାଣତରେ ତାଙ୍କର ଅଶ୍ଳୀଳ ଭିଡ଼ିଓ ଓ ଫଟୋକୁ ନିଜ ମୋବାଇଲରେ ରଖି ପରେ ତାଙ୍କୁ ବ୍ଲାକମେଲିଂ କରି ୩୦ ହଜାର ଟଙ୍କା ହଡ଼ପ । ପରେ ପୁଣି ଅଧିକ ଟଙ୍କା ଦାବି କରିବାରୁ ଯୁବତୀ ଟଙ୍କା ଦେବାକୁ ମନା କରିଥିଲେ । ଏହାପରେ ଅଭିଯୁକ୍ତ ତାଙ୍କର ସମସ୍ତ ଭିଡ଼ିଓ ଓ ଫଟୋକୁ ତାଙ୍କର ସାଙ୍ଗ ଓ ପରିବାର ଲୋକଙ୍କୁ ପଠାଇବା ସହ ଘର ଆଗରେ ଗାଳିଗୁଲଜ କରି ଯୁବତୀଙ୍କୁ ହତ୍ୟା ଧମକ । ଏନେଇ ପୀଡ଼ିତାଙ୍କ ପରିବାର ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିବା ସହ ତା ମୋବାଇଲକୁ ଜବତ କରି ଫଟୋ ଓ ଭିଡ଼ିଓକୁ ଡ଼ିଲେଟ୍ କରିଛି । ଗିରଫ ଅଭିଯୁକ୍ତ ହେଲା, କେଉଁଝର ଜିଲ୍ଲାର ରାଜେଣ କୁମାର ସାହୁ ।
ସୂଚନାଯୋଗ୍ୟ ଯେ, ପୀଡ଼ିତା ଏବଂ ଅଭିଯୁକ୍ତ ରାଜେଶଙ୍କ ମଧ୍ୟରେ ପୂର୍ବରୁ ଉତ୍ତମ ସମ୍ପର୍କ ରହିଥିଲା । ଏହାର ସୁଯୋଗ ନେଇ ଅଭିଯୁକ୍ତ ରାକେଶ ପୀଡ଼ିତାଙ୍କର ଅଜାଣତରେ ତାଙ୍କର କିଛି ଫଟୋ ଏବଂ ଭିଡ଼ିଓକୁ ଉଠାଇଥିଲା । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ପୀଡ଼ିତାଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରି ବିଭିନ୍ନ ସମୟରେ ପୀଡ଼ିତାଙ୍କ ଠାରୁ ୨୦ରୁ ୩୦ ହଜାର ଟଙ୍କା ନେଇଥିଲା । ଏହାପରେ ଗତ ୨୦ ତାରିଖରେ ଅଭିଯୁକ୍ତ ରାକେଶ ହ୍ୱାଟସଆପ୍ ମାଧ୍ୟମରେ ପୀଡ଼ିତାଙ୍କର ଘର ନିକଟକୁ ଆସି ଗାଳିଗୁଲଜ କରିବା ସହ ଅଧିକ ଟଙ୍କା ମାଗିଥିଲା । ହେଲେ ପୀଡ଼ିତା ଓ ତାଙ୍କ ପରିବାର ଟଙ୍କା ଦେବାକୁ ମନା କରିବା ସହ ଫଟୋ ଓ ଭିଡ଼ିଓ ଡ଼ିଲେଟ୍ କରିବାକୁ କହିଥିଲେ । କିନ୍ତୁ ଅଭିଯୁକ୍ତ ପରବର୍ତ୍ତୀ ସମୟରେ ତାହାକୁ ଭାଇରାଲ କରିଦେଇଥିଲା । ଏନେଇ ପୀଡ଼ିତା ଓ ତାଙ୍କ ପରିବାର ଲୋକେ ଭରତପୁର ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ଅଭିଯୁକ୍ତକୁ ଗିରଫ କରିଛି ।