ଘର ସାମ୍ନାରେ ପରିଶ୍ରା କରିବାରୁ ମନା କରିବାରୁ ଯୁବକଙ୍କୁ ଆକ୍ରମଣ
ଭୁବନେଶ୍ୱର, ୧୩ା୪ : ଘର ସାମ୍ନାରେ ଅଟୋ ରଖି ପରିଶ୍ରା କରିବାକୁ ମନା କରିବାରୁ ଯୁବକଙ୍କୁ ଲୁହା ରଡରେ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ । ଏନେଇ ଥାନାରେ ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ଲକି ନାୟକ । ପରେ ଥାନା କେସ ନମ୍ବର ୧୨୦ରେ ମାମଲା ରୁଜୁକରି ଦଫା ୩୪୧, ୩୨୩, ୨୯୪, ୩୦୭, ୫୦୬,୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ଫେବୃୟାରୀ ମାସ ୨୨ ତାରିଖ ଅପରାହ୍ନ ୪.୩୦ରେ ଅଭିଯୋଗକାରୀ ଅଜୟ ସେଠୀ ତାଙ୍କ ଘର ସାମ୍ନାରେ ଥିବା ସମୟରେ କେଦାରପଲ୍ଲୀ ବସ୍ତିର ଅଭିଯୁକ୍ତ ଓ ତାର ଅନ୍ୟ କିଛି ସହଯୋଗୀ ଅଟୋ ଯୋଗେ ସେହି ରାସ୍ତା ଦେଇ ଯାଉଥିଲେ ଏବଂ ତାଙ୍କ ଘର ସାମ୍ନାରେ ଅଟୋ ରଖି ପରିଶ୍ରା କରୁଥିଲେ । ଏହି ସମୟରେ ଅଭିଯୋଗକାରୀ ଘର ସାମ୍ନାରେ ପରିଶ୍ରା କରିବାକୁ ମନା କରିବାରୁ ଏମାନେ ମିଳିତ ଭାବେ ହତ୍ୟା କରିବା ଉଦେଶ୍ୟରେ ଏକ ଲୁହା ରଡରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ଅଭିଯୋଗକାରୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି ।