ପ୍ଲଟ୍ ଦେବାକୁ କହି ଠକେଇ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୪ା୧୨ : ଜଣେ ବ୍ୟକ୍ତିଙ୍କୁ ରାଜଧାନୀ ନିକଟରେ ନିଜର ଏକ ପ୍ଲଟ୍ ଦେବାକୁ କହି ଠକେଇ କରିବା ସହ ପରେ ଅଭିଯୋଗକାରୀଙ୍କୁ ଟଙ୍କା ନ ଫେରାଇ ଗାଳିଗୁଲଜ କରିବା ପଡ଼ିଛଇ ମହଙ୍ଗା । ଚେକ୍ ବାଉଁସ୍ ପରେ ଏନେଇ ଅଭିଯୋଗକାରୀ ବିପିନ୍ ବିହାରୀ ଜେନା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ଝାରପଡ଼ା ମହାବୀର ନଗରର ଲେନ୍-୩ର ଜନ୍ମଜେୟ ଜେନା । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
 ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ଏକ ପ୍ଲଟ୍ କିଣିବା ଯୋଜନା କ୍ରମରେ ଅଭିଯୁକ୍ତଙ୍କ ସମ୍ପର୍କରେ ଆସିଥିଲେ । ଗତ ୨୬.୦୬.୨୦୨୪ ତାରିଖରେ  ଅଭିଯୁକ୍ତ ହଂସପାଳ ଅଞ୍ଚଳରେ ଏକ ପ୍ଲଟ୍ କରାଇଦେବା ଉଦେ୍ଦଶ୍ୟରେ ଅଭିଯୋଗକାରୀଙ୍କ ନିକଟରୁ ୩.୪ ଲକ୍ଷ ଟଙ୍କା ନଗଦ ନେଇଥିଲେ । ପୁନଶ୍ଚ  ତା ପରଦିନ ୩୦ ହଜାର ଟଙ୍କା ନେବା ସହିତ ଏକ ରାଜିନାମା ସ୍ୱାକ୍ଷର କରିଥିଲେ । କିନ୍ତୁ ବହୁତ ଥର ଅଭିଯୋଗକାରୀ କହିଥିଲେ ମଧ୍ୟ ଅଭିଯୁକ୍ତ ଉକ୍ତ ପ୍ଲଟଟିକୁ ତାଙ୍କ ନାମରେ କରିନଥିଲେ । ପୁନଶ୍ଚ ଅଭିଯୁକ୍ତ ଜଣକ ଉକ୍ତ ପ୍ଲଟଟିକୁ ବ୍ୟାଙ୍କରୁ ମୁକୁଳାଇବାର ଆଳ ଦେଖାଇ ଅଭିଯୋଗକାରୀଙ୍କୁ ଅଧିକ ଟଙ୍କା ଦେବାଲାଗି କହିଥିଲେ । ହେଲେ ଅଭିଯୋଗକାରୀ ତାଙ୍କ କଥାରେ ରାଜି ନ ହୋଇ ମନା କରିଦେଇଥିଲେ ଏବଂ ନେଇଥିବା ଟଙ୍କା ଫେରସ୍ତ ପାଇଁ କହିଥିଲେ । ଏହି ସମୟରେ ଅଭିଯୁକ୍ତ ରାଗିଯାଇ ଅଭିଯୋଗକାରୀଙ୍କଗାଳିଗୁଲଜ କରିଥିଲେ । ଏନେଇ ଅଭିଯୋଗକାରୀ ଲକ୍ଷ୍ମୀସାଗର ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତଙ୍କୁ ଝାରପଡ଼ା ଅଞ୍ଚଳରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।