ଯୁବବର୍ଗ ହେବେ ସଶକ୍ତ : ଡାଲମିଆ ଓ ସେଣ୍ଟ-ଗୋବେନର ବୁଝାମଣା ଚୁକ୍ତି ସ୍ୱାକ୍ଷରିତ
ରାଜଗାଙ୍ଗପୁର : ଭାରତର ଅଗ୍ରଣୀ ସିମେଣ୍ଟ କମ୍ପାନୀ ଡାଲମିଆ ଭାରତ ଲିମିଟେଡର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ ଶାଖା ଡାଲମିଆ ଭାରତ ଫାଉଣ୍ଡେସନ ଡ୍ରାଏୱାଲ ଓ ଫଲ୍ସ ସିଲିଂ ବ୍ୟବସ୍ଥା ସର୍ମ୍ପକରେ ସ୍ୱତନ୍ତ୍ର ତାଲିମ ପ୍ରଚଳନ କରିବାକୁ ଲାଇଟ ଓ ଦୀର୍ଘସ୍ଥାୟୀ ନିର୍ମାଣରେ ବିଶ୍ୱସ୍ତରରେ ଅଗ୍ରଣୀ ସେଣ୍ଟ-ଗୋବେନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ସହିତ ସହଯୋଗୀତା କରିବା ସମ୍ପର୍କରେ ଗର୍ବର ସହିତ ଘୋଷଣା କରିଛି । ଏହି କାର୍ଯ୍ୟକ୍ରମ ଡିବିଏଫର ରାଜଗାଙ୍ଗପୁର ସ୍ଥିତ ଦୀକ୍ଷା କୋ÷ଶଳ ବିକାଶ କେନ୍ଦ୍ରରେ ପରିଚାଳିତ ହେବ । ଏହି ସହଯୋଗୀତା ଜିପ୍ରୋକ୍ ଇଣ୍ଡିଆର ଶିଳ୍ପରେ ଅଗ୍ରଣୀ ବୈଷୟିକ ବିଦ୍ୱତା ଏବଂ ଦୀକ୍ଷାର ଦମଦାର ତାଲିମ ବ୍ୟବସ୍ଥାକୁ ବାର୍ଷିକ ୧୨୦ଜଣ ଯୁବକଙ୍କୁ ଶିଳ୍ପ ଉପଯୋଗୀ କୋ÷ଶଳରେ ପୁର୍ଣ୍ଣ ସୁସଜ୍ଜିତ କରିବାକୁ ଏକତ୍ରିତ କରୁଛି । ଯାହା ନିର୍ମାଣ କ୍ଷେତ୍ରରେ ତାଲିମପ୍ରାପ୍ତ ବୃତିଧାରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ ପ୍ରତି ଦୃଷ୍ଟି ଦେଉଛି । ଏହି ପ୍ରୟାସ କୋ÷ଶଳ କ୍ଷେତ୍ରରେ ରହିଥିବା ତାରତମ୍ୟ ଦୂର କରିବା, ନିଯୁକ୍ତି ସମ୍ଭାବନାରେ ବୃଦ୍ଧି ଘଟାଇବା ଏବଂ ଶିଳ୍ପ ଆବଶ୍ୟକତା ଅନୁଯାୟୀ ନିଯୁକ୍ତି ପାଇଁ ପ୍ରସ୍ତୁତ ଲୋକଶକ୍ତି ବିକାଶରେ ଅବଦାନ ରଖିବାକୁ ଡିଜାଇନ କରାଯାଇଛି । ଏହି ଉପଲକ୍ଷେ ଡାଲମିଆ ଭାରତ ଫାଉଣ୍ଡେସନ ସିଇଓ ଅଶୋକ ଗୁପ୍ତା, ସେଣ୍ଟ-ଗୋବେନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପରିଚାଳନା ନିଦେ୍ର୍ଦଶକ ସୁଦୀପ କୋଲଟେଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ମିଳିତ ଉଦ୍ୟୋଗ ଜରିଆରେ ଡିବିଏଫ ଏବଂ ସେଂଟଗୋବେନ ଇଣ୍ଡିଆ ଯୁବବର୍ଗଙ୍କୁ ଶିଳ୍ପ ଉପଯୋଗୀ କୋ÷ଶଳରେ ସଶକ୍ତ କରି, ପ୍ରତିଭା କ୍ଷେତ୍ରରେ ରହୁଥିବା ତାରତମ୍ୟ ଦୂରୀକରଣ ଏବଂ ନିର୍ମାଣ କ୍ଷେତ୍ରକୁ ସୁଦୃଢ କରି ଜୀବନରେ ରୂପାନ୍ତରଣ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ।