ଭାଲୁ ଆକ୍ରମଣରେ ମହିଳା ଗୁରୁତର

 ଆନନ୍ଦପୁର: ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଆନନ୍ଦପୁର ବ୍ଲକ ଅନ୍ତର୍ଗତ କୋଳିମାଟି ଗ୍ରାମର ଲାଲମୋହନ ବେହେରାଙ୍କ ପନôୀ ସୁକାନ୍ତି ଆଜି ସକାଳେ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଉଥିବା ବେଳେ ବାଟରେ ଏକ ଭାଲୁ ହାବୁଡ଼ରେ ପଡିଯାଇଥିଲେ । ଭାଲୁଟି ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲା ।ଚିକôାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ଦୌଡ଼ି ଆସିବାରୁ ଭାଲୁଟି ତାଙ୍କୁ ଛାଡି ପଳାଇଯାଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ।