ବଢୁଛି ପାନୀୟ ଜଳ ସମସ୍ୟା

ନୂଆପଡା : ନୂଆପଡ଼ା ଜିଲ୍ଲା ବୋର୍ଡ଼ନ ବ୍ଲକ ଅନ୍ତର୍ଗତ ଡମଝର ଗ୍ରାମ ପଞ୍ଚାୟତର ରୁନିବସା ଗ୍ରାମ । ଗ୍ରାମରେ ୨୦୦ ପରିବାରର ହଜାରେ ଲୋକ ବାସ କରନ୍ତି । ଗ୍ରାମରେ ପିଇବା ପାଣିର ଘୋର ଅସୁବିଧା । ଗ୍ରାମରେ କେବଳ ମାତ୍ର ଗୋଟିଏ ନଳକୂପ । ତହିଁରୁ ପାଣି ବହୁତ୍ କମ୍ ପାଣି ବାହାରୁଛି ଓ ଖରାପ ପାଣି ବାହାରୁଛି । ପାହାନ୍ତିଆରୁ ମହିଳାମାନେ ଏଠାରେ ଭିଡ ଜମାଇଥାନ୍ତି । କିନ୍ତୁଆବଶ୍ୟକତା ପୂରଣ ହୁଏ ନାହିଁ । ବିଶୁଦ୍ଧ ପାଣି ଅଭାବରୁ ବିଭିନ୍ନ ରୋଗ ବ୍ୟାପୁଥିବା ଲୋକେ ଅଭିଯୋଗ କରିଛନ୍ତି । ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ କିଛି ବର୍ଷ ତଳୁ ଡମଝର ଗାଁରୁ ପାଇପ ଯୋଗେ ବ୍ୟବସ୍ଥା ହୋଇଛି । ଏହା କିନ୍ତୁ ନାମକୁ ମାତ୍ର ବାରମ୍ବାର ପାଇପ ଫାଟି ଯାଉଥିବାରୁ ଗ୍ରାମକୁ ପାଣି ଆସି ପାରୁନି ।ବସୁଧା ଯୋଜନାରେ ସମସ୍ତ ଗ୍ରାମକୁ ପାଣି ଯୋଗାଣ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଏହି ଗ୍ରାମର ଲୋକେ ପାଣି ମୁନେ୍ଦ ପାଇଁ ଡହଳବିକଳ ହେଉଛନ୍ତି । ଏବେ ଖରା ବଢ଼ି ଥିବାରୁ ଲୋକଙ୍କୁ ପାଣି ମୁନ୍ଦିଏ ପାଇଁ କେତେ କଷ୍ଟ କରିବାକୁ ପଡୁଛି  । ଏନେଇ ବୋର୍ଡନ ବିଡିଓ ସୁଶାନ୍ତ ରଣାଙ୍କୁ ପଚାରିବାରୁ ପାଇପ ମରାମତି ଚାଲିଛି ଓ ଦୁଇ ଦିନ ଭିତରେ ଗାଁ ରେ ପାନୀୟ ଜଳ ଅସୁବିଧା ଦୂର କରାଯିବ ବୋଲି କହିଛନ୍ତି ।