ଯୋଗାସନରେ ୩ ସମ୍ମାନିତ
ଆସିକା : ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ ଆସିକା ଅଞ୍ଚଳର ତିନି ଜଣ ସମ୍ମାନିତ ହୋଇଛନ୍ତି । ଆୟୋଜିତ ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ ରାଜ୍ୟର କୋଣ ଅନୁକୋଣରୁ ବହୁ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନ ଅଫ ଗଞ୍ଜାମ ପକ୍ଷରୁ ୧୩ଜଣ ପ୍ରତିଯୋଗି ଭାଗ ନେଇଥିଲେ । ସେଥିମଧ୍ୟରୁ ଜୁନିୟର ବର୍ଗରେ ପ୍ରିନ୍ସ କୁମାରୀ ସ୍ୱାଇଁ ତୃତୀୟ ହୋଇଥିବାବେଳେ ସବ୍ଜୁନିୟର ବିଭାଗରେ ଶାଶ୍ୱତ ଚିନ୍ମୟ ସ୍ୱାଇଁ, ଦ୍ୱିତୀୟ ଏବଂ ଆକୃତି ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରି ଗୌରବ ଆଣିଛନ୍ତି ।