ଜିଲ୍ଲାସ୍ତରୀୟ  ଲୋକ ଅଦାଲତ

 ପୁରୀ :  ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଏକ ଜିଲ୍ଳାସ୍ତରୀୟ ଲୋକ ଅଦାଲତ ଜିଲ୍ଳା ଜଜ୍ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭ଟି ୧୩୮ ଏନ୍ଆଇ ଆକ୍ଟ ସମ୍ବନ୍ଧୀୟ ମୋକଦ୍ଦମା ଫଇସଲା କରାଯାଇଛି । ଏହି ଜିଲ୍ଳାସ୍ତରୀୟ ଲୋକ ଅଦାଲତରେ ଏସ୍.ଡ଼ି.ଜେ.ଏମ୍ ପତିତପାବନ ପଣ୍ଡା, ଜେ.ଏମ୍.ଏଫ.ସି ରିତୀକା ଗର୍ଗ, ଏସ୍. ମହାପାତ୍ର, ଅନୀମେଷ ଜେନା, ଗ୍ରାମ୍ୟ ନ୍ୟାୟାଳୟାଧିକାରୀ ସୋନାଲି ମହାନ୍ତି ମାମଲା ଗୁଡ଼ିକର ଫଇସଲା କରିଥିଲେ । ପୁରୀ ଜିଲ୍ଲାର ଆଇନସେବା ପ୍ରାଧିକରଣର ସଚିବ ପରିତୋଷ କୁମାର ସେଠୀ ଲୋକ ଅଦାଲତ ପରିଚାଳନା କରିଥିଲେ ।