ବିଦ୍ୟାଳୟ ଉନ୍ନୟନ ଓ ପରିଚାଳନା ବୈଠକ 

 ବ୍ରହ୍ମପୁର: ଚମାଖଣ୍ଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତଥା ବିଦ୍ୟାଳୟ ପରିଚାଳକ ସୁଧାଂଶୁ ଶେଖର ଭୋଇଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିଚାଳନା ଉନ୍ନୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଅଧକ୍ଷ ପ୍ରମୋଦ କୁମାର ବେହେରା ଶ୍ରୀ ଭୋଇଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିବା ବେଳେ ବିଦ୍ୟାଳୟ ଅନ୍ୟ ଶିକ୍ଷକ ମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟ ଅଧକ୍ଷ ଶ୍ରୀ ବେହେରା, ଶ୍ରୀ ଭୋଇ ଏବଂ ଅନ୍ୟ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଅସୁବିଧା ଗୁଡ଼ିକୁ ଜଣାଇଥିଲେ । ବିଗତ ବୈଠକରେ ହୋଇଥିବା କାର୍ଯ୍ୟ ଗୁଡ଼ିକ ସମୀକ୍ଷା କରାଯିବ ସହ ନୂତନ ଚେୟାର ଟେବୁଲ, ଲାଇବ୍ରେରୀ ବହି, ଖେଳ ସାମଗ୍ରୀ କିଣିବା ପାଇଁ ସମ୍ମତି ହୋଇଥିଲା । ଅନନ୍ୟ ଅସୁବିଧା ଗୁଡ଼ିକ ବିଷୟର ସମାଧାନ ଯଥାଶୀଘ୍ର ହେବ ବୋଲି ଚେୟାର ପର୍ସନ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟ ଅତିଥି ମଧ୍ୟରେ ଛତ୍ରପୁର ତହସିଲଦାର ଦିବ୍ୟ ମହାନ୍ତି, ବ୍ଲକ ଉନ୍ନୟନ ଅଧିକାରୀଙ୍କ ପ୍ରତିନିଧି ରଶ୍ମିତା କୁମାରୀ ସାହୁ, ବ୍ଲକ୍ ଶିକ୍ଷାଧିକାରୀ ଙ୍କ ପ୍ରତିନିଧି ସଂଯୁକ୍ତ ରଥ, ଉପାଧ୍ୟକ୍ଷ ଯନ୍ତ୍ରୀ ଆର/ବିଙ୍କ ପ୍ରତିନିଧି ସୋନିଆ ପ୍ରଧାନ, ଶିକ୍ଷାବିତ୍ ରମାକାନ୍ତ ପାଣିଗ୍ରାହି, ପୀତବାସ ପାଣିଗ୍ରାହି, ଚମାଖଣ୍ଡି ଉଚ୍ଚ ବିଦ୍ୟାଳୟ ଅଧ୍ୟକ୍ଷା ଯ୍ୟୋର୍ତି ମୟୀ ପାଣିଗ୍ରାହି, ବିଦ୍ୟାଳୟର ସ୍ମିତଞ୍ଜଳି ସାହୁ ଏବଂ ସ୍କୁଲ ବରିଷ୍ଠ ଶିକ୍ଷକ ରଞ୍ଜିତ କୁମାର ରଣା ଉପସ୍ଥିତ ଥିଲେ । ଶ୍ରୀ ଭୋଇ ସମସ୍ତ ବିଷୟ ଆଲୋଚନା କରିବା ସହ ବିଦ୍ୟାଳୟଟି ଅତି ସୁରୁଖୁରୁରେ ଏବଂ ଶିକ୍ଷକଙ୍କ ଉତ୍ତମ ଶିକ୍ଷାଦାନରେ ପରିଚାଳିତ ହୋଇଥିବାରୁ ଖୁସି ପ୍ରକଟ କରିଥିଲେ । ଆଗକୁ ବିଦ୍ୟାଳୟର ଉନ୍ନତି କାମନା କରିଥିଲେ । ଉପାଧ୍ୟକ୍ଷା ସ୍ମିତା ବାଳା ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ ।