ରକ୍ତ କର୍କଟରେ ପୀଡ଼ିତ ଅନୁରାଗ : ଚିକିତ୍ସାରେ ଅର୍ଥ ବାଧକ, ସହାୟତା ପାଇଁ ନିବେଦନ

 ଭୁବନେଶ୍ୱର  : ଖେଳିବା ବୁଲିବା ବୟସରେ ୮ବର୍ଷର ପୁଅ ଅନୁରାଗ ଏବେ ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ । ପରିବାରର ବୋଝ ନେଇ ଅଶୋକ ବେହେରା  ଦିନରାତି ଗାଡି ଚଲାଇ ଯୋଉ ଦୁଇ ପଇସା ରୋଜଗାର କରନ୍ତି ସେଥିରେ ସ୍ତ୍ରୀ ଉର୍ମିଳା ଓ ୮ବର୍ଷର ପୁଅ ଅନୁରାଗ ଅଳ୍ପ ବହୁତେ ଚଳିଯାଉଥିଲେ । ହେଲେ ଗୋଟିଏ ବୋଲି ପୁଅ ଅନୁରାଗ ରକ୍ତ କର୍କଟରେ ଆକ୍ରାନ୍ତ ହେଲା ପରେ ପରିବାରରେ ହସଖୁସି ଲିଭିଯାଇଛି । କେଉଁଠୁ କେମିତି ଟଙ୍କା ଯୋଗାଡ କରି ପୁଅକୁ ଘରକୁ ଆଣିବେ, ସେହି ଚିନ୍ତାରେ ଅଶୋକ ଓ ଉର୍ମିଳା ଥିବାବେଳେ ମୋତେ ଘରକୁ ନେଇ ଯାଅ ବୋଲି ପୁଅର ଅଳି ହୃଦୟ ବିଦାରକ ଦୃଶ୍ୟ ପାଲଟିଛି । 
ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ୍ ଅଲାଣ୍ଡୋ ପଞ୍ଚାୟତ ସାହାବାଦ୍ ଗ୍ରାମର ଅଶୋକ ବେହେରା ପେସାରେ ଜଣେ ଟ୍ରକ୍ ଚାଳକ । ଯାହା ରୋଜଗାର କରନ୍ତି, ସେଥିରେ ଦୁଖଃକଷ୍ଟରେ ପରିବାର ଚଳୁଥିବାବେଳେ ହଠାତ୍ ୮ବର୍ଷର ପୁଅ ଅନୁରାଗ ରକ୍ତ କର୍କଟରେ ଆକ୍ରାନ୍ତ ଥିବା ଜାଣି ପରିବାର ଉପରେ ଦୁଃଖର ପାହଡ଼ ଭାଙ୍ଗିପଡିଲା । ପୁଅର ଚିକିିତ୍ସା ପାଇଁ ଧାର୍ କରଜ କରି ପୁଅକୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ହେଲେ ଅତ୍ୟାଧିକ ଚିକିତ୍ସା ପାଇଁ ତାଙ୍କ ପାଖରେ ଆଉ ସମ୍ବଳ ନାହିଁ ।  ଅନୁରାଗ ଏବେ ଭୁବନେଶ୍ୱର ଏମ୍ସ ହସ୍ପିଟାଲର ହେମାଟୋଲୋଜି ବିଭାଗରେ ଚିକିତ୍ସାଧିନ ରହିଛନ୍ତି । ଗୋଟିଏ ପଟେ ରକ୍ତର ବହୁଳ ଆବଶ୍ୟକ ଥିବାବେଳେ ରକ୍ତ କିଣିବାକୁ ପରିବାର ପାଖରେ ଅର୍ଥ ନାହିଁ । ଦୁଃଖର ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ନିସ୍ପାପ ଶିଶୁର ଚିକତ୍ସାରେ ସହୟତା ଯୋଗାଇ ଦେବାକୁ ବାପାମା’ ଗୁହାରି କରିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ଚିକିତ୍ସାରେ ସାହାଯ୍ୟ କରିବା ପାଇଁ ୯୦୪୦୧୩୧୩୪୬/ ୭୮୫୫୮୫୨୮୨୨ ନମ୍ବରେ ଯୋଗାଯୋଗ  କରିବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।