ରକ୍ତଦାନ ଶିବିର 

 କେନ୍ଦୁଝର : ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ ଆଜି କେନ୍ଦୁଝର ଜିଲ୍ଲାସ୍ତରୀୟ କାର୍ଯକ୍ରକ୍ରମ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ, କେନ୍ଦୁଝରଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରକୁ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳମନ୍ଦରଧର ମହାଳିକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥିରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହାପରେ ଓଡିଶାରେ ସମବାୟ ଆନେ୍ଦାଳନକୁ ଅଗ୍ରଗାମୀ କରିବାରେ ଉକôଳ ଗୌରବ ମଧୁସୂଦନ ଦାସଙ୍କ ଭୂମିକା ଶୀର୍ଷକ ଏକ ସଭା ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଏହି ସଭାରେ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ନାବାର୍ଡ ଡିଡିଏମ୍ ଦୀପ୍ତିକାନ୍ତ ମଲ୍ଲିକ, ସହକାରୀ କୃଷି ଅଧିକାରୀ ଗୋଲକ ଚନ୍ଦ୍ର ସାହୁ, ବରିଷ୍ଠ ମସô୍ୟ ବୈଷୟିକ ସହାୟକ ବିଶ୍ୱନାଥ ନାୟକ, ପ୍ରକଳ୍ପ ନିଦେ୍ର୍ଦଶକ ଜଳବିଭାଜିକା ଅଶୋକ କୁମାର ସେନାପତି, ଜିଏମ୍ ମିଲ୍କ ୟୁନିୟନ ସତ୍ୟପ୍ରକାଶ ଧର, ବରିଷ୍ଠ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ, ଆନନ୍ଦପୁର ଓ ଚମ୍ପୁଆ ମଣ୍ଡଳ ଓ ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ ଆନନ୍ଦପୁର ମଣ୍ଡଳ ଓ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ବିମ୍ବାଧର ବେହେରା ଓ ପୂର୍ବତନ ଏଜିଏମ୍ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସତ୍ୟନାରାୟଣ ମହାପାତ୍ର ଉପସ୍ଥିତ ଥିଲେ । ଜିଲ୍ଲାର ବିଭିନ୍ନ ସମବାୟ ସମିତିରୁ ସଭ୍ୟ/ସଭ୍ୟା ଓ କର୍ମକର୍ତ୍ତା ଯୋଗଦାନ କରିଥିଲେ । ବିଶ୍ୱନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।