ଜନ ଅଭିଯୋଗ ଶୁଣାଣି ଶିବିର

ତିହିଡ଼ି: ତିହିଡ଼ି ପଞ୍ଚାୟତ ସମିତି ସଭାଗୃହରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଆରକ୍ଷୀ ଅଧୀକ୍ଷକ ମଡ଼କର ସନ୍ଦୀପ ସମ୍ପତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧାଂଶୁ ଶେଖର ବଳ, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସ, ବିଡିଓ ନିରଞ୍ଜନ ବାରିକ ପ୍ରମୁଖ ଯୋଗ ଦେଇ ୯୨ଟି ଅଭିଯୋଗର ଶୁଣାଣି କରିଥିଲେ । ଭାଟପଡ଼ା ପଞ୍ଚାୟତ ଅଧୀନ ମିର୍ଜାପୁର ଖାଙ୍କି ନାଳ ଦୀର୍ଘଦିନ ହେବ ଅବରୋଧ ହେବା ସହିତ ସଂସ୍କାର ହୋଇ ପାରୁନାହିଁ । ଯାହା ଫଳରେ ୬୦୦ଏକର ଜମି ଜଳସେଚିତ ହୋଇପାରୁନାହିଁ । ଏନେଇ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରି ନାଳକୁ ଅବରୋଧ ମୁକ୍ତ ଓ ସଂସ୍କାର କରିବାକୁ ଦାବି କରିଥିଲେ । ଏ କ୍ଷେତ୍ରରେ ତଦନ୍ତ କରି ସାଳନ୍ଦୀ ଡିଭିଜନ ଏସ୍ଡିଓ ରାଇକେନ ବେଶ୍ରାଙ୍କୁ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଥିଲେ । ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଓ ସରପଞ୍ଚ ଶୁଭ୍ରନାରାୟଣ ସେଠୀ ଉପସ୍ଥିତ ଥିଲେ ।
ଖପରାବାଙ୍କ ଠାରୁ ବ୍ରହ୍ମନଗର ପର୍ଯ୍ୟନ୍ତ ମନରେଗା ଯୋଜନାରେ ୯୦ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ରାସ୍ତା ନିମ୍ନମାନର କାର୍ଯ୍ୟ ପାଇଁ ଏବେ ବିପଦ ସଂକୁଳ ହୋଇଛି । ଶିବିରରେ କାନ୍ତକବି ମଣ୍ଡଳ ଭାଜପା ସଭାପତି ସରୋଜ ନାୟକ, ସମିତିସଭ୍ୟାଙ୍କ ପ୍ରତିନିଧି ସୂର୍ଯ୍ୟନାରାୟଣ ଭୋଇ, ଶ୍ରୀକାନ୍ତ ସାମନ୍ତରାୟ, କ୍ଷୀରୋଦ ସାମନ୍ତରାୟ, ଉମାକାନ୍ତ ବଳ, ଅମର ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି । ଏଥି ସହିତ ବର୍ଦ୍ଧିତ ଭତ୍ତା, ରାଶନ କାର୍ଡ, ରାସ୍ତା ନିର୍ମାଣ, ନଳକୂପ ମରାମତି, ପ୍ରଧାନମନ୍ତ୍ରୀ ଆବାସ ଇତ୍ୟାଦି ଉପରେ ଅଭିଯୋଗ ହୋଇଥିଲା । ଶିବିରରେ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପୁଷ୍ପଲତା ପାତ୍ର, ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର ମୋହନ ଦାସ, ଗ୍ରାମ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ କାନନ ପ୍ରଧାନ, ଏସଡିଓ ସମ୍ବିତ ଶିଅଳ, ପ୍ରାଣି ଚିକିତ୍ସାଧିକାରୀ ନିରାକାର ଜେନା, ଭାରପ୍ରାପ୍ତ ସିଡିପିଓ ସବିତା ବେହେରା, ଯୋଗାଣ ନିରୀକ୍ଷକ ପ୍ରୀତିଶ ସାମଲ, ବିଇଓ ସୂର୍ଯ୍ୟଶିଖା ମହାନ୍ତି, ଜଳ ପରିମଳ କନିଷ୍ଠ ଯନ୍ତ୍ରୀ ମାନସୀ ମହାପାତ୍ର ଓ ମଧୁସ୍ମିତା ବେହେରା, ଡବ୍ଲୁ୍ୟଓ ସୌମ୍ୟା ସୁଚରିତା ମହାନ୍ତି, କୃଷି ଅଧିକାରୀ ଅମର ସାହୁ, ଆରଡି କନିଷ୍ଠ ଯନ୍ତ୍ରୀ କୃତିବାସ ମହାପାତ୍ର, ଜୀବିକା ମିଶନ ବିପିଏ ରଶ୍ମିତା ନାୟକ, ପ୍ରମୁଖ ଉପସ୍ଥିତ ଥିଲେ । ଏବିଡିଓ ମାନସ କୁମାର ଜେନା, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ, ସେକ୍ସନ ଅଫିସର ରୁନା ସୁନା, ଜିପିଇଓ ପ୍ଳାବନ ପଣ୍ଡା, ଏନଆରଇଜିଏସ ସହକାରୀ ସୁଧାଂଶୁ ଶେଖର ନାୟକ, ବିପିସି କୌଶିକ ଗିରି, ବିଏଲସି ସ୍ନିଗ୍ଧା ନାୟକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ୩ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ଓ ଜଣଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ ।