ସିରିଜ ଦୁର୍ଘଟଣା ଜଣେ ମୃତ,୪ ଆହତ 

ସିରିଜ ଦୁର୍ଘଟଣା ଜଣେ ମୃତ,୪ ଆହତ 

ଗତକାଲି ରାତି ୯ ଟା ବେଳେ ଚମ୍ପୁଆ ବ୍ଲକ ନିକଟରେ ସିରିଜ ଦୁର୍ଘଟଣାରେ ଜଣେ ମୃତୁ୍ୟବରଣ କରିଥିବାବେଳେ ଅନ୍ୟ ୪ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଚମ୍ପୁଆ ପଟୁ ଯାଉଥିବା ଏକ ଟ୍ରାକ୍ଟର ବିପରୀତ ଦିଗରୁ ଆସୁଥିବା ଏକ କାରକୁ ଧକ୍କା ଦେଇ ଅନ୍ୟ ଏକ ଏକ ସ୍କୁଟିକୁ ମଧ୍ୟ ଧକ୍କା ଦେଇଥିଲା । ସ୍କୁଟିରେ ଥିବା ଜାମୁଦଲକ ପଞ୍ଚାୟତର ନିର୍ବାହୀ ଅଧିକାରୀ କାଶିପ୍ରଭା ମହାନ୍ତିଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା । ଏଥିସହ ସ୍କୁଟି ପଛରେ ବସିଥିବା ସୁନା ପଶି ପଞ୍ଚାୟତର ନିର୍ବାହୀ ଅଧିକାରୀ ରଚୟିତା ସେନାପତି ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ମେଡ଼ିକାଲ ଏବଂ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ଟ୍ରାକ୍ଟରଟି କାର ଏବଂ ସ୍କୁଟିକୁ ଧକ୍କା ଦେଇ ଅନ୍ୟ ଏକ ବାଇକ୍କୁ ମଧ୍ୟ ଧକ୍କା ଦେଇଥିଲା । ବାଇକରେ ଥିବା ଯୁବକ ମଧ୍ୟ ଆହତ ହୋଇଛନ୍ତି । ଖବର ପାଇ ଚମ୍ପୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଜାରି ରଖିଛି  । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୁଲିସ ଗାଡି ଗୁଡ଼ିକୁ ଜବତ କରି ଶବକୁ ବ୍ୟବଛେଦ ପାଇଁ ସ୍ଥାନୀୟ ଉପଖଣ୍ଡ ମେଡ଼ିକାଲକୁ ପଠାଇ ଅନୁସନ୍ଧାନ ଜାରି ରଖିଛି ।