ରକ୍ତଦାନ ଶିବିର 

 ବାଲେଶ୍ୱର : ବାଲେଶ୍ୱର ସହରର ମଠସାହି ଟୁଲଙ୍କସାହି ସ୍ଥିତ ନୁ୍ୟ ଟର୍ଣ୍ଣ ନିଶା ନିବାରଣ କେନ୍ଦ୍ର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି  । ଏଥିରେ ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।  ସମ୍ପ୍ରତି ବାଲେଶ୍ୱରରେ ଦେଖାଦେଉଥିବା ରକ୍ତ ଅଭାବ ପୂରଣରେ ନୁ୍ୟ ଟର୍ଣ୍ଣ ନିଶା ନିବାରଣ କେନ୍ଦ୍ରର ପ୍ରୟାସ ପ୍ରଶଂସନୀୟ ବୋଲି ସେ କହିଥିଲେ । ଏଥିରେ ଯୁବ ସଙ୍ଗଠକ ସାହିରୁଲ ହକ୍, ଧିରେନ ନାୟକ ଓ ପ୍ରାଣକୃଷ୍ଣ ମହାପାତ୍ର ପ୍ରମୁଖ ଯୋଗ ଦେଇ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ସମ୍ପ୍ରତି ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତ ଆବଶ୍ୟକତା ପୂରଣରେ ଏହି ଶିବିର ଆୟୋଜନ ବେଶ୍ ସହାୟକ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ । ଏଥିରେ ନିଶା ନିବାରଣ କେନ୍ଦ୍ରର ମୁଖ୍ୟ ପରିଚାଳକ ଲେଲିନ ସେଠୀ ଉପସ୍ଥିତ ରହି ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଏହାର ଅନ୍ତେବାସୀ ଓ କେନ୍ଦ୍ରରୁ ପ୍ରଶିକ୍ଷଣ ନେଇଥିବା ବହୁ ଯୁବକ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ଏଥିରେ ଜିଲ୍ଲା ରକ୍ତ ଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ନିୟତି ଦାସ, ଚିତ୍ରା ସେଠୀ, ପ୍ରିତମ ମହାନ୍ତି, ପ୍ରସେନ୍ଜିତ୍ ସେଠୀ, ସଞ୍ଜୀବ ପ୍ରଧାନ, ରବୀନ୍ଦ୍ର ପାତ୍ର, ଆଲୋକ ଗିରି, ଫାଗୁରାମ ମୁର୍ମୁ, ମିଲନ ସେଠୀ, ଅଭିଜିତ ସେଠୀ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।