ବିଏସ୍ପିର ପ୍ରଶିକ୍ଷଣ ଶିବିର
ବାଲେଶ୍ୱର : ବହୁଜନ ସମାଜ ପାର୍ଟି, ବାଲେଶ୍ୱର ଜିଲ୍ଲା କମିଟି ଦ୍ୱାରା ଆୟୋଜିତ ଭଦ୍ରକ୍ ଜୋନ୍ (ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେଉଁଝର, ଯାଜପୁର ଓ କେନ୍ଦ୍ରାପଡ଼ା)ର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଷ୍ଟେସନ୍ କ୍ଲବ୍ ବାଲେଶ୍ୱର ଠାରେ ଆୟୋଜିତ ହୋଇଯାଇଛି । ଏଥିରେ ବିଏସ୍ପିର ଓଡ଼ିଶା ମୁଖ୍ୟ ପ୍ରଭାରୀ ଡ. ଲାଲଜୀ ମେଧାଙ୍କର ଜୀ, ରାଜ୍ୟ ସଭାପତି ଟଙ୍କଧର ବାଗ୍ ଜୀ, ରାଜ୍ୟ ମହାସଚିବ ମଧୁସୂଦନ ଯାଦବ ଜୀ, ରାଜ୍ୟ ଉପସଭାପତି ସୁଧୀର ନାୟକ ଜୀ ଯୋଗ ଦେଇ ପ୍ରଥମେ ବାବା ସାହେବ ଡ. ଆମ୍ବେଦକର ଓ ବହୁଜନ ନାୟକ କାଂଶୀରାମ ଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ । ଡ. ମେଧାଙ୍କର ଜୀ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗ ଦେଇ ବାଲେଶ୍ୱର ଜିଲ୍ଲା ବହୁଜନ ଆନେ୍ଦାଳନର ଭୀଷ୍ମ ପିତାମହ ବରିଷ୍ଠ ସମାଜସେବୀ ଆଡ଼୍ଭୋକେଟ୍ ରଘୁନାଥ ମହାଳିକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ପ୍ରଶିକ୍ଷଣ ଶିବିରର ଚାରିକାନ୍ଥ ବସପାର ନୀଳ ପତାକାରେ ନୀଳମୟ ହୋଇଯାଇଥିଲା । ଉକ୍ତ ପ୍ରଶିକ୍ଷଣ ଶିବିରକୁ ଭଦ୍ରକ ଜୋନ୍ ଇନ୍ଚାର୍ଯ୍ୟ ବରିଷ୍ଠ ଆଇନଜୀବୀ ଅର୍ଜୁନ ଚରଣ ମଲ୍ଲିକ, ଇଂ. ରାଜୀବ ଲୋଚନ ଜେନା ଭଦ୍ରକ ଜୋନ୍ ସଂଯୋଜକ ପରିଚାଳନା କରିଥିଲେ । ବାଲେଶ୍ୱର ଜିଲ୍ଲା ସଭାପତି ଡାକ୍ତର ମନୋଜ କିଶୋର ମାଝୀ, ଜିଲ୍ଲା ମହାସଚିବ ଆଡ଼୍ଭୋକେଟ୍ ସୌଭାଗ୍ୟ ମଲ୍ଲିକ ଓ ନେତ୍ରୀ ନିରୁପମା ପାତ୍ର ସହଯୋଗ କରିଥିଲେ ।