ରକ୍ତଦାନ ଶିବିର

ପୁରୀ : ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପୁରୀ ସେବାକେନ୍ଦ୍ର ତରଫରୁ ସାରା ଭାରତ ବର୍ଷରେ ଅଗଷ୍ଟ ୨୨ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଶାଖା କେନ୍ଦ୍ରମାନଙ୍କରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ସଂସ୍ଥାର ପୂର୍ବତନ ମୁଖ୍ୟ ପ୍ରଶାସିକା ଦାଦୀ ଡ଼. ପ୍ରକାଶ ମଣି ଜୀଙ୍କ ମହାପ୍ରୟାଣର ପୁଣ୍ୟ ତିଥି ଅବସରରେ ଏହି ରକ୍ତଦାନ ଶିବିର ଗୁଡ଼ିକୁ ଉସôର୍ଗ କରାଯାଇଛି । ଅଗଷ୍ଟ ୨୫ ତାରିଖ ପୁଣ୍ୟ ତିଥି ଦିବସକୁ ବିଶ୍ୱ ବନ୍ଧୁତ୍ୱ ଦିବସ ରୂପେ ସାରା ବିଶ୍ୱରେ ପାଳନ କରାଯାଉଛି । ସ୍ଥାନୀୟ ରାମଚଣ୍ଡୀ ସାହି ସ୍ଥିତ ଆଶ୍ରମ ପରିସରରେ ଶନିବାର ଦିନ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ପୁରୀ ସଦର ମୁଖ୍ୟ ଚିକିସôାଳୟର ବ୍ଲଡ଼ ବ୍ୟାଙ୍କ ଅଫିସର ଡ଼. ଦୀପକ କୁମାର ସାହୁ ଉଦ୍ଘାଟନ କରିଥିଲେ । ‘ରକ୍ତ ଦାନ, ଜୀବନ ଦାନ- ମହାପୁଣ୍ୟ’ ସ୍ଲୋଗାନକୁ ପାଥେୟ କରି ଏହି ରକ୍ତଦାନ ଶିବିରରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷମାନେ ରକ୍ତଦାନ କରିଥିଲେ । ୫୪ୟୁନିଟ୍ ରକ୍ତ ଶିବିରରୁ ସଂଗୃହୀତ ହୋଇଥିଲା । ସୂଚନା ଯୋଗ୍ୟ ଯେ ଅଗଷ୍ଟ ୨୨ ତାରିଖ ଦିନ ଅସ୍ତରଙ୍ଗ ଠାରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରରେ ୮୪ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ୨୫ ତାରିଖ ଦିନ କଣାସ ଠାରେ ଏହି ରକ୍ତଦାନ ଶିବିର ଆୟୋଜିତ ହେବ ବୋଲି ସଂସ୍ଥାର ସବ୍ଜୋନ୍ ନିଦେ୍ର୍ଦଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଡ଼. ନିରୁପମା ସୂଚନା ଦେଇଛନ୍ତି ।