ରଙ୍ଗଣୀ ସମାଜ ପକ୍ଷରୁ ପ୍ରସାଦ ବଣ୍ଟନ

 ବରୀ : ଶାକାହାରୀ ରଙ୍ଗଣି ସମାଜ ପକ୍ଷରୁ ପୁରୀ ବଡ଼ଦାଣ୍ଡର ଶରଧାବାଲି ଠାରେ ପ୍ରସାଦ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜୋନ୍ର ପିଲାମାନେ ସହଯୋଗ କରିଥିଲେ । ଏଥିରେ ସମ୍ପାଦକ ହରିହର ସାହୁ, ସହସମ୍ପାଦକ କାମଦେବ ବେହେରା, ଯୁଗ୍ମ ସମ୍ପାଦକ ସଞ୍ଜୟ ସାହୁ, ଯାଜପୁର ଜୋନ୍ ସଭାପତି ସୁରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।