ଅବସରପ୍ରାପ୍ତ ସୈନିକଙ୍କ ପରଲୋକ
ରାଜକନିକା : ରାଜକନିକା ବ୍ଲକ ନହୁଣୀ ପଞ୍ଚାୟତ ଅନ୍ତର୍ଗତ ନୂଆ ଗାଁ ଗ୍ରାମର ଅବସରପ୍ରାପ୍ତ ସୈନିକ ଅମର କୁମାର ବିଶ୍ୱାଳ (୭୩)ଙ୍କ ପରଲୋକ ହୋଇଯାଇଛି । ତାଙ୍କର ହଠାତ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ କଟକ ମେଡିକାଲକୁ ନିଆ ଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଆଜି ସକାଳେ ତାଙ୍କ ମରଶରୀର ଗ୍ରାମରେ ପହଞ୍ଚôବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅବସରପ୍ରାପ୍ତ ସୈନିକ ବଳରାମ ବେହେରା, କେତନ କୁମାର ଦାସ, ଅକ୍ଷୟ କୁମାର ନାଥ, ବିଭୁତି ମହାନ୍ତିଙ୍କ ସମେତ ସ୍ଥାନୀୟ ଅନ୍ୟାନ ସୈନିକ ଭାଇମାନେ ପହଞ୍ଚô ତାଙ୍କୁ ଫୁଲତୋଡ଼ା ଦେଇ ସାଲୁଟ କରିଥିଲେ । ଏହାଛଡା ସ୍ଥାନୀୟ ସରପଞ୍ଚ ତ୍ରିଲୋଚନ ବିଶ୍ୱାଳ ଓ ପ୍ରାକ୍ତନ ଜିଲ୍ଲା ପରିଷଦ ବିମ୍ବାଧର ପରିଡା ଆଦି ତାଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଗ୍ରାମ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ସାନପୁଅ ମୁଖାଗ୍ନି ଦେଇଥିଲେ ।