ରଣଜିତ ପଞ୍ଚାୟତ ବିଜେପି କମିଟି ଘୋଷଣା

 ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ରଣଜିତ ପଞ୍ଚାୟତ ବିଜେପି ସଙ୍ଗଠନ ପୁର୍ନଗଠିତ ହୋଇଯାଇଛି । ଦଳର ବଳଦେବଜୀଉ ମଣ୍ଡଳ ସଭାପତି ରଞ୍ଜନ କୁମାର ପରିଡାଙ୍କ ସଭାପତିତ୍ୱରେ ପଞ୍ଚାୟତ ୧୨ଟି ୱାର୍ଡ କର୍ମୀମାନଙ୍କ ବୈଠକ ଅନୁଷ୍ଠିତ ହୋଇ ଦଳର ପଞ୍ଚାୟତ ସଭାପତି ଭାବେ କେଦାରନାଥ ସାହୁଙ୍କୁ ଚୟନ କରାଯାଇଥିଲା । ଉପସଭାପତି ଭାବେ ଦାମୋଦର ଦାସ, ଯୁବସଭାପତି ଭାବେ ଅଜୟ କୁମାର ରାଉତରାୟ, ସମ୍ପାଦକ ଜଳଧର ଦାସ, ସହସମ୍ପାଦକ ଭୀମସେନ ସେଠୀଙ୍କୁ ମନୋନୀତ କରାଯାଇଥିଲା । ଉପଦେଷ୍ଟାମଣ୍ଡଳୀର ମୁଖ୍ୟ ଭାବେ ଅର୍ଜ୍ଜୁନ ଚରଣ ସାହୁ ମନୋନୀତ କରାଯାଇଥିଲା ।